ସି ଆର ସି ସି ଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ


ସିନାପାଲି (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୈଟ ପଦର କ୍ଲଷ୍ଟର ସ୍ତରୀୟ ସରଧା ପୁର ଉପ୍ରା ବିଦ୍ୟାଳୟ ରେ ତୃତୀୟ ମାସିକ ବୈଠକ ତଥା ସି ଆର ସି ସି ଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସର ରେ ଅନୁଷ୍ଠିତ ହୋଇଥିବା ସଭାରେ କୈଟପଦର ନୋଡାଲ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ନାଏକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ କୈଟପଦର ଏସ୍କ ସି ଆର ସି ସି ଶ୍ରୀଯୁକ୍ତ ଶୋଭାରମ ଜଗତ, ମୁଖ୍ୟ ବକ୍ତା ଭାବରେ ଭାରପ୍ରାପ୍ତ ସି ଆର ସି ସି ଶ୍ରୀଯୁକ୍ତ ଦେବେନ୍ଦ୍ର ସୁନାନୀ,ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବିପିନ ମାଳି ପ୍ରଧାନ ଶିକ୍ଷକ ଆଶ୍ରମ ବିଦ୍ୟାଳୟ ଖଇର ପଦର,ଶ୍ରୀଯୁକ୍ତ ଧର୍ମୁ ଗୌଡ଼ ପ୍ରଧାନ ଶିକ୍ଷକ କୋଲଥିଆ ପଡା ପ୍ରାଥମିକ ବିଦ୍ୟାଳୟ, ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ କୈ ଟ ପଦର ନୋଡାଲ ଉପ୍ରା ବିଦ୍ୟାଳୟ ର ଶ୍ରୀଯୁକ୍ତ କ୍ଷିତିପତି ନାଗ ଅତିଥି ଅଧିକାରୀ ଙ୍କୁ ମଞ୍ଚ କୁ ସ୍ୱାଗତ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଉପସ୍ଥିତ ସି ଆର ସି ସି ଓ ଶିକ୍ଷକ ଶିକ୍ଷୟିତ୍ରୀ, ଅତିଥିଗଣ ବିଦାୟୀ ଏସ୍କ ସି ଆର ସି ସି ଶ୍ରୀଯୁକ୍ତ ଶୋଭା ରାମଜଗତଙ୍କ ର ଦୀର୍ଘ ୫ ବର୍ଷ ର ସଫଳ ସି ଆର ସି ସି କାର୍ଯ୍ୟ କାଳ ପୂର୍ଣ୍ଣ କରି ଲେବଲ ଥାର୍ଡ଼ ପ୍ରମୋସନ ପାଇ ବର୍ତମାନ ଖିପ୍ରିମାଲ ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କଲେ ।ତାଙ୍କ ସ୍ଥାନରେ ନୂତନ ଅସ୍ଥାୟୀ ସି ଆର ସି ସି ଭାବେ ଶ୍ରୀଯୁକ୍ତ ଦେବେନ୍ଦ୍ର ସୁନାନୀ ପ୍ରଧାନ ଶିକ୍ଷକ ସରଧାପୁର ଉପ୍ରା ବିଦ୍ୟାଳୟ କୁ ନିଯୁକ୍ତି ଦିଆଗଲା । ଶ୍ରୀ ଜଗତ ଙ୍କ ୫ ବର୍ଷ ର ସି ଆର ସି ସି ଅଧିକାରୀ ଭାବରେ ପ୍ରଶାସନିକ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ। ତାଙ୍କର ସରଳ ଜୀବନ ଯାପନ, ଛାତ୍ର ବତ୍ସଲତା, ସହ କର୍ମୀ ଙ୍କ ସହ ସୁ ସମ୍ପର୍କ ଓ ବନ୍ଧୁତା ପଣ ଯୋଗୁଁ ସବୁଦିନ ପାଇଁ ସିନାପାଲି ର ଶିକ୍ଷକ ଓ ସି ଆର ସି ସି ଙ୍କ ମନରେ ରହିବେ ବୋଲି ଅତିଥି ଗଣ ମନ୍ତବ୍ୟ ଦେଇଥିଲେ । କ୍ଲଷ୍ଟର କାର୍ଯ୍ୟାଳୟ ତରଫରୁ ତାଙ୍କୁ ମାନ ପତ୍ର, ଉପ ଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଶ୍ରୀ କ୍ଷିତୀରାମ ମେହେର ଅତିଥି ଗଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ପ୍ରେମ ଲାଲ ମାଝୀ,କମଳା କାନ୍ତ ମେହେର,ଯୁଗେ ହରିଜନ,ପ୍ରଶାନ୍ତ ଜଗତ,ଧ୍ୱଜରାଜ ହାତୀ,ଦୁଧନାଥ ମାଝୀ, ନୀଳ ଲୋହିତ ମାଝୀ,ଅକ୍ଷୟ,କେନସିଂ ମାଝୀ, ଡାଇମଣ୍ଡ ମେହେର, ମନୋଜ ସା,ଟୁନା ନାଗ,ଧନନାଥ ମାଝୀ,ଚନ୍ଦ୍ର ଭାନୁ ମାଝୀ, ଶିକ୍ଷୟିତ୍ରୀ ଶ୍ରୀମତୀ ରଜନୀ ମାଝୀ, ଟିକେମଣି ଜଗତ ଏବଂ ମଞ୍ଜୁଳା କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post