ମା ବାର୍ତ୍ତାଶୁଣି ୟଙ୍ଗ ଷ୍ଟାର କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର ୯ରେ


ବାଲେଶ୍ୱର, ୨୫/୮(ଲକ୍ଷ୍ମୀଧର ବାରିକ): ବସ୍ତା ବ୍ଲକ ମଥାନୀ ପଞ୍ଚ୍ୟାୟତ୍ ର ବଡ ଖୁଡି ମା ବାର୍ତ୍ତାଶୁଣି ୟଙ୍ଗ ଷ୍ଟାର କ୍ଲବ୍ ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ୯ ତାରିଖ ରେ ପୂଜା ସହ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି ଶିବିର ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟି ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜନ ହେବ। ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ସମାଜସେବୀ ତଥା ପରିବେଶବିତ୍ ଏବଂ ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ସୁମନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ଲବ୍ ସଭାପତି ସତ୍ୟବ୍ରତ ନାୟକ, ସମ୍ପାଦକ ବିଶ୍ଵନାଥ ବେହେରା, ସଭ୍ୟ ଭଗବାନ ବେହେରା, ଦିଲ୍ଲୀପ ବେହେରା, ରାଧା ବଲ୍ଲଭ ଆଇଚ, ରାଜୀବ ପ୍ରଧାନ, ପ୍ରମୋଦ ପରିଡ଼ା, ଅଭିରାମ ଆଇଚ, ଜଗବନ୍ଧୁ ଆଇଚ, ଦୀପକ ବେହେରା, ଦୀପକ ମହାପାତ୍ର, ଭାଗବତ ଆଇଚ, ସୌଭାଗ୍ୟ ମହାପାତ୍ର, କରିଣ ଜେନା, ସୁମନ ବେହେରା, ଚନ୍ଦନ ନାୟକ, ବିଶ୍ୱଜିତ୍ ପ୍ରଧାନ, ରଞ୍ଜିତ ବେହେରା, ସୂର୍ଯ୍ୟକାନ୍ତ ବେଜ୍, ଜୟ ଶଙ୍କର ବାରିକ, ମାନସ ଵେଜ୍, ମାନସ ବେହେରା, ସଞ୍ଜୀବ ବେହେରା, ଆମ ଓଡ଼ିଶାର ସ୍ବେଚ୍ଛାସେବୀସୁଜିତ୍ କୁମାର ପରିଡ଼ା,ବସ୍ତା ବ୍ଲକ ସମ୍ବାଦ ପ୍ରତିନିଧି ରବିନାରାୟଣ ଶତପଥୀ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ଶିବିର ସହ ପୂଜାର ସଫଳତା ପାଇଁ ଆଲୋଚନା କରିଥିଲେ। ଏହି ଶିବିର ସକାଳ ୧୦ ଟାରେ ଅନୁଷ୍ଠିତ ହେବ।

Post a Comment

Previous Post Next Post