ବାଲେଶ୍ୱର ,୨୦/୮(ଲକ୍ଷ୍ମୀଧର ବାରିକ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମ୍ବାଦ ପରିବାର ସହଯୋଗରେ ରାକ୍ଷୀ ବନ୍ଧନ ନିଶା ନିବାରଣ କାର୍ଯ୍ୟକ୍ରମ ଶ୍ରୀକଣା ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଶ୍ରୀକଣା ସରପଞ୍ଚ କମଲ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ହିଡ଼ିଗାଁ ସ୍କୁଲ ପ୍ରଧାନ ଶିକ୍ଷକ ଗୀତିକୃଷ୍ଣ ପାତ୍ର, ଶ୍ରୀକଣା ପଞ୍ଚାୟତ ସମିତି ସଭ୍ୟା କୌଶଲ୍ୟା ମଣ୍ଡଳ, ନାୟବ ସରପଞ୍ଚ ମଞ୍ଜୁ ସିଂଏବଂ ଅନ୍ୟ ୱାର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ଏହି କାର୍ଯ୍ୟକ୍ରମ ସୁସ୍ଥ ସମାଜ ଗଠନର ଏକ ନିଆରା ପଦକ୍ଷେପ ବୋଲି କହିବା ସହିତ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ। ସମ୍ବାଦ ପ୍ରତିନିଧି ବିବେକାନନ୍ଦ ଦାସ ଏହି ମହତ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଉପସ୍ଥିତ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜନିଜର ବକ୍ତବ୍ୟ ରଖିଥିଲେ। ପରେ ଭଉଣୀ ମାନେ ଉପସ୍ଥିତ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ନିଶା ନିବାରଣ କରିବାକୁ ଶପଥ କରାଇଥିଲେ। ଏଥିରେ ମୋଟ ୧୧୬ ଜଣ ଯୋଗ ଦେଇଥିଲେ। ଶେଷରେ ଈଶ୍ୱର ଠାକୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment