ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଶୁକ୍ରବାର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ , କୁସୁମଯୋର ଠାରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୄକ୍ଷରୋପଣ କାର୍ଯ୍ଯକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାରସ୍ବତ ସମିତିର କର୍ମକର୍ତ୍ତା ମିଶି କରଞ୍ଜ, ପଣସ, ପିଜୁଳି, କାଜୁ, ଜାମୁକୋଳି , ନିମ୍ବ, ଅଁଳା ଆଦି ବିଭିନ୍ନ ପ୍ରକାରର ଶହେରୁ ଅଧିକ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାବିତ ଅଶ୍ବିନୀ କୁମାର ଯୋଷୀ, ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ଯୋଷୀ, ସମିତି ସଭାପତି ବୈଷ୍ଣବ ମେହେର, ଗୌତମ ମେହେର, ହରେଶ କୁମାର ମେହେର, ପ୍ରଦ୍ୟୁମ୍ନ କୁମାର ସିଂ ଚିନ୍ଦା, ତାରେଶ୍ୱରି ସିନ୍ଦୁର, ସନ୍ତୋଷ କୁମାର ବୈଠାରୁ, ରୁଲିନ୍ଦ୍ର ବୈଠାରୁ , ରୂପଚନ ରାଉତ, ଗୁଣ ସାଗର ମାଲି, ସଂକଳ୍ପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ଯ ଯେ ଗଙ୍ଗାଧର ସାରସ୍ବତ ସମିତି ତରଫରୁ ପ୍ରତିବର୍ଷ ବିଭିନ୍ନ ଅନୁଷ୍ଠାନ ପରିସରରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯିବା ସହ ବୄକ୍ଷ ରୋପଣ କରାଯାଇ ଆସୁଛି
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment