ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ


ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବିଦ୍ୟାଳୟର କେବଳ ପୂର୍ଵତନଛାତ୍ର ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ପ୍ରତିନିଧିମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଛାତ୍ର ତଥା ପ୍ରକୃତିପ୍ରେମୀ ଆକାଶ ରଣା ଯୋଗଦେଇ ଥିଲେ । ସମସ୍ତଙ୍କ ଘରେ କିଛି ପାଚିଳା ଫଳ ଆମ୍ବ, ପଣସ, ଖଜୁରୀ, କେନ୍ଦୁ, ସଫେଟା, ଜାମ୍ବୁ , ଲେମ୍ବୁ ବ୍ୟବହାର ପାଇଁ ଅଣା ହୋଇଥାଏ । ସେଗୁଡିକୁ ଖାଇସାରିବା ପରେ ତାର ମଞ୍ଜି ଗୁଡିକ ଏଣେତେଣେ ନଫିଙ୍ଗି ଗୋଟିଏ ଜାଗାରେ ରଖିବା ଓ ଖରାରେ ୪-୫ ଦିନ ଶୁଖାଇ ଦେବା । ସଂଗୃହିତ ମଞ୍ଜି ଗୁଡିକ ଆଗାମୀ ବିଶ୍ୱ ପରିବେଶ ଦିବସ ବା ମୌସୁମୀ ଆସିବା ପୂର୍ବରୁ ବିଲର ହିଡ଼, ରାସ୍ତା ଉଭୟ ପାଶ୍ୱ, ଖାଲିପଡିଥିବା ପଡ଼ିଆ, ନିଜ ବାଡିପଛ ପଟରେ ମାଟି ଖୋଲି ରୋପଣ କରିବା । ଫଳରେ କମ୍ ସମୟରେ ତଥା କମ୍ ଖର୍ଚ୍ଚରେ ନୂତନ ଚାରା ପାଇପାରିବା ସହ ସବୁଜ ବନାନୀ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନଶିକ୍ଷକ ଶ୍ରୀମିଶ୍ର ମତପ୍ରକାଶ କରିଥିଲେ । ପୂର୍ବରୁ ଅନଲାଇନ ମାଧ୍ୟମରେ ଶିକ୍ଷ୍ୟର୍ଥୀ ମାନଙ୍କୁ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ବିଷୟରେ ଅବଗତ କରାଯାଇଥିଲା । ପ୍ରକାଶଥାଉ କି ବିଗତ ବର୍ଷ ଗୁଡିକରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ କରାଯାଇ ଅନୁଷ୍ଠାନ ସଫଳ ହୋଇଛି । କାର୍ଯ୍ୟକ୍ରମରେ ଆଶୁ ରଣା, ଅଜୁ ରଣା,ଦିବବ୍ୟାଂଶୁ ବାଗ, ଶ୍ରଦ୍ଧାଞ୍ଜଳି ରଣା, ବଦ୍ରୀ ରଣା, ଆଦର୍ଶ ରଣା, ଜ୍ୟୋତିର୍ମୟୀ ପାତ୍ର, ମନୀଶା ରଣା, ସାହିଲ ରଣା, ପ୍ରତିମ ଦୀପ, ଲିପ୍ସା ରଣା, ବିଜୁ ରଣା,ସିଅନ ନାଗ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ପରିଚାଳନା କରିଥିଲା ବେଳେ ଜୁନିଅର ଆସିଷ୍ଟାଣ୍ଟ ଅବିନାଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post