ମହାତ୍ମାଗାନ୍ଧୀ କଲେଜ ର ଛାତ୍ର ଛାତ୍ରୀ ଜ଼ିଲ୍ଲା ଟପ୍ପର


ଖଡିଆଳ:-୨୮/୫ (ବିରବଲ ପ୍ରଧାନ) ନୂଆପଡା ଜ଼ିଲ୍ଲା ଖରିଆଳ ଠାରେ ଥିବା ମହାତ୍ମାଗାନ୍ଧୀ ବିଜ୍ଞାନ କଲେଜ ର ସଫଳତା, ଜ଼ିଲ୍ଲାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରି ଜ଼ିଲ୍ଲାପାଇଁ ଗୌରବ ଆଣିଛନ୍ତି ଛାତ୍ର ଛାତ୍ରୀ।ମହାତ୍ମାଗାନ୍ଧୀ କଲେଜର 95% ପିଲା ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ବାକି ସମସ୍ତେ ଦ୍ଵିତୀୟ ଶ୍ରେଣୀ ରେ ପାସ କରିଛନ୍ତି, ପାସ ହାର ଶହେ ଶତକଡା ରହିଛି, ଏହି କଲେଜର ପ୍ରିୟବ୍ରତ ରଣା 87% ରଖି ଜ଼ିଲ୍ଲା ଟପ୍ପର ହୋଇଥିବା ବେଳେ ସମୀର ମିଶ୍ର 86%ଓ କ୍ଷମସାଗର ରଣା 83%ରଖି ଦ୍ୱିତୀୟ ଏବଂ ତୃତୀୟ ହୋଇ ଜ଼ିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଏହି ଛାତ୍ରଛାତ୍ରୀ ତାଙ୍କ ସଫଳତା ପାଇଁ ବିଦ୍ୟାଳୟ ର ଅଧ୍ଯାପକ ଓ ଅଧ୍ୟାପିକା କୁ ଶ୍ରେୟ ଦେଇଛନ୍ତି କଲେଜ କତୃପକ୍ଷ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ସଫଳତା ପାଇଁ ସେମାନଂକୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉକି ଏହି ଛାତ୍ର ଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ରେ ରଖି ଥିବା ମାର୍କ ଠାରୁ ଅଧିକ ପ୍ରତିଶତ ମାର୍କ ରଖି ପାସ କରିଥିବାରୁ ସେମାନଙ୍କ ବାପା ମା ଖୁସି ବ୍ୟକ୍ତ କରିଛନ୍ତି।

Post a Comment

Previous Post Next Post