ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ,ନିର୍ବାଚନ କୁ ନେଇ ଶାନ୍ତି ବଜାୟ ନେଇ ଆହ୍ବାନ


 ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି। ଶସସ୍ତ୍ର ପୋଲିସ ସୁରକ୍ଷା ବାହିନୀ ଖଡିଆଳ ଥାନା ଛକ ଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରି ଆଜାଦ ଚୌକ, ବୈଦେହୀ ଛକ, ଧୋବାପଡ଼ା, ଲାଲ ସାହେବ୍ ପଡ଼ା, ଗୁରୁନାନକ ଛକ, ବ୍ଲକ ଛକ ଦେଇ ଥାନା ଛକ ରେ ପହଞ୍ଚି ଥିଲା। ନିର୍ବାଚନକୁ ଶାନ୍ତି ମୈତ୍ରୀ, ଅବାଧ, ନିରପେକ୍ଷ, ମୁକ୍ତ ନିର୍ବାଚନ ନେଇ ଶାନ୍ତି ବଜାୟ ରଖିବା ନେଇ ଆହ୍ବାନ କରିଛନ୍ତି। ଖଡ଼ିଆଳ ଏସଡିପିଓ ଅଭିଷେକ ଅରୂପ ବେହେରା, ଖଡିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ, ଖଡିଆଳ ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ ଯୋଗଦେଇଥିଲେ।

ନୂଆପଡା ରୁ ପ୍ରମେଶ୍ୱର୍ ମେହେର ଙ୍କ ରିପୋର୍ଟ

Post a Comment

Previous Post Next Post