ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସୁରୁଖୁରୁରେ ସମାପନ


ଆନ୍ଧ୍ର/ଗିଦଲୁର : (ଆଜତକ ଓଡ଼ିଶା) ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସୁରୁଖୁରୁରେ ସମାପନ ହୋଇଯାଇଅଛି । ଏହି ଉତ୍ସବରେ ଓଡିଶାର ବହୁ ପ୍ରାନ୍ତରୁ ଶିକ୍ଷାର୍ଥୀ ଆସି ଶିକ୍ଷା ଗ୍ରହଣ କରିଥିବା ଦେଖିବାକୁ ମିଳିଅଛି । ଏହି ଉତ୍ସବରେ ବହୁ ଶିକ୍ଷାର୍ଥୀ, ଶିକ୍ଷକ ଯୋଗଦାନ କରିଥିବା ଦେଖିବାକୁ ମିଳିଅଛି । ଏହି ବନ୍ଧୁତ୍ୱ ଉତ୍ସବ ହେଉଛି ବନ୍ଧୁତ୍ୱ ଭାବବିନିମୟ କରିପାରିବାର ଏକ ସୁବର୍ଣ୍ଣ ମୁହୂର୍ତ୍ତ ଯାହା ଚିରସ୍ମରଣୀୟ ହୋଇ ରହିବାର ଏକ ଅପୂର୍ଵ ମାଧ୍ୟମ ବୋଲି ସମସ୍ତ ଶିକ୍ଷାର୍ଥୀ ଅନୁଭବ କରିଅଛନ୍ତି । ଏହି ଏଭଳି ଏକ ବନ୍ଧୁ ମିଳନ ଉତ୍ସବ ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରକାଶମ୍ ଜିଲ୍ଲାର ଗିଦଲୁର ସ୍ଥିତ ସରସ୍ବତୀ କଲେଜ ଅଫ୍ ଏଜୁକେସନ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ଅନୁଷ୍ଠାନର ଶିକ୍ଷାର୍ଥୀ ଏକତ୍ର ହୋଇ ବନ୍ଧୁ ମିଳନ ଉତ୍ସବକୁ ସରଗରମ କରି ବେଶ୍ ଖୁସି ଥିବା ଦେଖାଦେଇଅଛି ।

Post a Comment

Previous Post Next Post