ନବର୍ଭା ଖୋଲା ଆଶ୍ରୟସ୍ଥଳୀ ରେ ଅନ୍ତେବସୀଙ୍କ ସହ ହୋଲି ଖେଳିଲେ ହେଲ୍ପିଙ୍ଗ ହେଲ୍ପ'ଲେଶ୍ ପିପୁଲ୍ ଫାଉଣ୍ଡେସନ


ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ରାମୁଣ୍ଡା ଗ୍ରାମ ସ୍ଥିତ ନବପ୍ରଭା ଖୋଲା ଆଶ୍ରୟସ୍ଥଳୀରେ ହେଲ୍ପିଙ୍ଗ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ତରଫରୁ ରଙ୍ଗର ପର୍ବ ହୋଲି ଖେଳିଛନ୍ତି ।ରଙ୍ଗର ପର୍ବ ହୋଲି ପର୍ବ ପାଳନ କରିଥିବା ବେଳେ ଅନ୍ତେବାସୀଙ୍କ ମୁଁହରେ ହସ ଫୁଟେଇବା ଚେଷ୍ଠା କରିଛନ୍ତି ।ଆଜି ହୋଲି ଅବସରରେ ଅନ୍ତେବାସୀ ଶିଶୁଙ୍କ ସହ ଖେଳିବା, ରଙ୍ଗ ଲଗାଇବା ଏବଂ ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହୋଲି ପର୍ବ ପାଳନ ଅବସରରେ ଅନେକ ଉପହାର ସହ ମିଷ୍ଟାନ୍ନ ଓ ଚକଲେଟ୍ ବଣ୍ଟନ କରିଛନ୍ତି । ଆଜି ର ଏହି କାର୍ଯ୍ୟକ୍ରମରେ କୈଳାଶ ନାଗ,ରଜେଶ୍ୱରି ଦର୍ଜି, ଦାମୋଧର ବେମାଲ,ବିନ୍ଦୀଆ ଅଗ୍ରୱାଲ,ସାର୍ଥକ ମୁଣ୍ଡ, ପ୍ରତିଭା ପଟେଲ,ରାମକୃଷ୍ଣ ବେହେରା,ଦୁଃଖିଶ୍ୟମ ନାଗ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ହୋଲି ପର୍ବ ପାଳନ କରିଥିଲେ ।

Post a Comment

Previous Post Next Post