ଉଚ୍ଚଳା ଠାରେ ଚାଷୀ ଓ ବ୍ୟବସାୟୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର


ଗୋଲାମୁଣ୍ଡା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଚ୍ଚଳା ଇନାମ ମଣ୍ଡି ଠାରେ ଚାଷୀ ଓ ବ୍ୟବସାୟିଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଞ୍ଚଲା ଧୀନ ଧାନ ବ୍ୟତୀତ୍ୱ ଅନ୍ୟ କୃଷି ଜାତ ଦ୍ରବ୍ୟ ଚାଷ କରୁଥିବା ସମସ୍ତେ ଚାଷୀ ଉପସ୍ଥିତ ହୋଇଥିଲେ । ଏହି ବୈଠକରେ ଚାଷୀଙ୍କ ଉନ୍ନତି ଦିଗରେ ଆଲୋଚନା କରାଯାଇଥିଲା । ଗୋଲାମୁଣ୍ଡା ବ୍ଲକ ର ଅନେକ ଚାଷୀ ଉକ୍ତ ବୈଠକରେ ଯୋଗଦେଇଥିଲେ । ବୈଠକରେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ଶ୍ରୀ ଗୋବିନ୍ଦ ନାଗ ସଭାପତିତ୍ୱ କରିଥିଲେ । ଏହି ସଭାରେ କୃଷି ଜିଲ୍ଲା ଅଧିକାରୀ,ଏ.ଏ.ଓ ଧର୍ମଗଡ,ଏ.ଏ ଓ ଗୋଲାମୁଣ୍ଡା,ବି.ଏ.ଓ ଗୋଲାମୁଣ୍ଡା,ଆର.ଏମ.ସି ଜୁନାଗଡ ଏକାଉଣ୍ଟଟେଣ୍ଟ ବସନ୍ତ କୁମାର ସେଠି, ଦୁର୍ଗା ଦୁରିଆ, ଆର.ଏମ.ସି ସଭ୍ୟ ପ୍ରଶ୍ନ ରାଉତ,ଆର.ଏମ.ସି ସୁପର ଭାଇଜର ଲିଙ୍ଗରାଜ ଚଳାନ, ମାର୍କେଟ ସରକାର ତରୁଣ କୁମାର ଦଣ୍ଡସେନା, ଇନାମ ମଣ୍ଡି ଇନାଲିଷ୍ଟ ତେଜେଶ୍ୱର ଶବର, କେମିଷ୍ଟ ସାଇ ଦେବାତ୍ମନ ବେହେରା, ବିଶ୍ୱନାଥ ନାଏକ, ଡାଟା ଏଣ୍ଟ୍ରି ଅପରେଟର ଯଶୋବନ୍ତ ଭୋଇ, ଏବଂ ବିରଞ୍ଚି ମଶ୍ରା ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

Previous Post Next Post