କୋରାପୁଟ : (ଆଜତକ୍ ଓଡ଼ିଶା) କୋରାପୁଟ ଜିଲ୍ଲା ଅଶୋକ ନଗର ବାସଭବନ ଠାରେ ପବିତ୍ରତମ ୭୭ତମ ସ୍ୱାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଯାଇଅଛି । ଏହି ଦିବସରେ ପରିସର ମଧ୍ୟରେ ପ୍ରଥମେ ଭାରତ ମାତାଙ୍କ ଫୋଟୋଚିତ୍ର ସହ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ପ୍ରଥମେ ଭାରତ ମାତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୀପ, ଧୂପ ସହ ସ୍ବାଗତ କରାଯାଇ ଜୟ ଭାରତ ମାତା କୀ ଜୟ ପ୍ରତିଧ୍ୱନିରେ ଆହ୍ୱାନ କରାଯାଇ ଚତୁର୍ଦ୍ଧିଗରେ ସ୍ୱାଧୀନତାର ସ୍ୱାଦ ବାରି ହୋଇପଡ଼ିଥିଲା । ଏହି ଦିବସରେ ଦେଶର ମହାନ୍ ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ବୀର ସୁରେନ୍ଦ୍ର ସାଏ, ରାଣୀ ଲକ୍ଷ୍ମୀବାଇ, ଜବାହରଲାଲ୍ ନେହେରୁ, ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତି ଜୟଗାନ କରାଯାଇଥିବା ସହ ଗତ କିଛି ଦିନ ତଳେ ଝାଡ଼ଖଣ୍ଡ ଠାରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ତଥା ଦେଶ ପାଇଁ ନିଜ ଜୀବନକୁ ବଳି ଦାନ ଦେଇଥିବା କେନ୍ଦୁଝର ଜିଲ୍ଲା,ଆନନ୍ଦପୁରର ବୀର ଯବାନ(CRPF) ଭାଇ ଶୁଶାନ୍ତ ଖୁଣ୍ଟିଆଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଅଛି । ଏହି ଉପଲକ୍ଷେ କୋରାପୁଟର ବିଶିଷ୍ଟ ବରିଷ୍ଠ ଶିକ୍ଷକ ଶ୍ରୀ ହରିହର ପଟ୍ଟନାୟକ, ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଉପସ୍ଥିତ ରହି ସ୍ୱାଧୀନତା ଦିବସର ସ୍ୱାଦ ହୃଦୟଭରି ଉପଲବ୍ଧି କରିଥିବା ଦେଖିବାକୁ ମିଳିଅଛି ।

Post a Comment