ମହାକାଳ ଯୁବ ସଂଗଠନ ତରଫ ରୁ ୭୭ତମ ସ୍ୱାଧୀନତା ଦିବସ ପାଳନ


ଭବାନୀପାଟଣା/ଧର୍ମଗଡ ୧୫/୦୮ (ଶ୍ୟାମସୁନ୍ଦର ମାଝୀ) ବଡ଼ବସୁଲ ଗ୍ରାମ ରେ ମହାକାଲ ଯୁବ ସଂଗଠନ ତରଫରୁ ୭୭ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ଏହି ଅବସର ରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମହାକାଳ ସଂଗଠନ ର ସଭାପତି ରୋସନ୍ ପଣ୍ଡା ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏହି ସଂଗଠନ ର ଉପଦେଷ୍ଟା ମାନସ ରଞ୍ଜନ ଶବର ,ଉପସଭାପତି ଜଗମୋହନ ଶବର, ସମ୍ପାଦକ ସୁମନ୍ତ ଶବର ,ବିବେକାନନ୍ଦ ଶବର କପିଳେଶ୍ୱର ଶବର, ପଦୁକୁମାର ଶବର,ରାହୁଲ ଶବର,ଅଜିତ୍ ଶବର, ତଥା ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବରେ ବଡବସୁଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ମୁକୁନ୍ଦ ଶବର ଉପସ୍ଥିତ ହୋଇ ସମସ୍ତଙ୍କୁ ଦିଗଦର୍ଶନ କରିଥିଲେ ।

Post a Comment

Previous Post Next Post