ବେହାଲହୋଇ ପଡିଛି ବେହେରା-ଛନ୍ଚାଣବାହେଲି ରାସ୍ତା । ଆଖି ବୁଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ


ଧର୍ମଗଡ଼ (ପ୍ରଦିପ ସେଠିଆ) ଧର୍ମଗଡ଼ ଗ୍ରାମ୍ୟଉନ୍ନୟନ ବିଭାଗ ଅଣଦେଖା ରେ ବ୍ଲକ ର ବିଭିନ୍ନ ରାସ୍ତା ଏବେ ଶୋଚନୀୟ ଭାବେ ପଡି ରହିଛି।ନିମ୍ନମାନର କାମ ଓ ବିଭାଗର ଠିକା ପୋଷା ନୀତି ଯୋଗୁଁ ରାସ୍ତା ଗୁଡିକ ଅଳ୍ପ ଦିନ ମଧ୍ୟରେ ବେହାଲ ହୋଇ ପଡିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରା- ଛଞ୍ଚାଣ ବାହାଆଲି ରାସ୍ତା ତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବେହେରା-ଛନ୍ଚାଣବାହେଲି ମାତ୍ର ୫କିମି ରାସ୍ତା କୁ ଗତ କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ସାମିଲ କରାଯାଇ ନିର୍ମାଣ ମଧ୍ୟ ହୋଇସାରିଛି।ହେଲେ ନିର୍ମାଣ ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚୁ ମେଟଲ ଉଠି ଖାଲଖମା ସୃଷ୍ଟି ହେନାପରେ ଗତ ବର୍ଷ ତାର ମରାମତି କାମ ଶେଷ ହୋଇଥିଲା।ହେଲେ ମରାମତି ହୋଇଥିଲେ ହିଁ ୬ମାସ ମଧ୍ୟରେ ରାସ୍ତା ଅବସ୍ଥା ପୂର୍ବ ଅବସ୍ଥା କୁ ଫେରି ଆସିଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ବିଭାଗ ର ଅବହେଳା ଓ ଅଧିକାରୀ ଙ୍କ ଲାଭଖୋର ନୀତି ଯୋଗୁଁ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବା ବେଳେ ରାସ୍ତା ମଝିରେ ବଡ଼ ବଡ଼ ଗାତ ହୋଇ ଅଣ୍ଠୁଏ ପାଣି ଜମି ରହିଛି । ଯାହା ଯାତାୟାତ କରିବାରେ ନାଇନ ଥିବା ଅସୁବିଧା ଲୋକେ ଭୋଗୁ ଥିବା ଦେଖିବାକୁ ମିଳିଛି ।ଏପରିକି ବିଭିନ୍ନ ସମୟରେ ରାସ୍ତାରେ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି ।ଶୁକ୍ରବାର ଦିନ ଦୁହି ମଟର ସାଇକେଲ ଆରୋହି ରାସ୍ତା ମଝିର ଆଣ୍ଠୁଏ ପାଣି ପଶିଯାଇ ଦୁର୍ଘଟଣା ଗସ୍ତ ହୋଇ ଅଳ୍ପକେ ମୃତ୍ୟୁ ମୁହଁ ରୁ ବର୍ତ୍ତି ଯାଇ ଥିଲେ।ଯାହାକୁ ନେଇ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ରାସ୍ତା ଉପରେ କଣ୍ଟା ଦେଇ ଲୋକଙ୍କୁ ରାସ୍ତା ମଝିରେ ଗାତ ଥିବା ସତର୍କ କରାଉଥିବା ଦେଖିବାକୁ ମିଳିଥିଲା।ଏପରିକି ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଲୋକ ଙ୍କୁ ସତର୍କ ଓ ସଚେତନା ଦେବା ସହ ପ୍ରତିବାଦ ମଧ୍ୟ କରିଥିଲେ। ଏହି ରାସ୍ତା ପଡ଼ୋଶୀ ରାଜ୍ୟ ଛତିଶଗଡ ଓ ନବରଙ୍ଗପୁର କୁ ସଂଯୋଗ କରୁଥିବା ବେଳେ ଦୈନନ୍ଦିନ ସହ ସହ ଗାଡ଼ି ମଟର ଯିବା ଆସିବା କରିଥାଏ ।ଏପରିକି ଏହି ରାସ୍ତା ଦେଇ ପ୍ରତିଦିନ ଭୁବନେଶ୍ୱର କଟକ ଏକ ବେସରକାରୀ ବାସ ସହ ଭବାନୀପାଟଣା ଠାରୁ ପ୍ରତିଦିନ ସରକାରୀ ବସ ଓ ଅନେକ ବେସରକାରୀ ବସ ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର କୁ ଯାତାୟାତ କରିଥାଏ । ବଡ଼ ଆଶ୍ଚର୍ଯ୍ୟ ବିଷୟ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ବହୁବାର ଏ ରାସ୍ତା ଦେଇ ଅନେକ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି।ହେଲେ ରାସ୍ତା ଉପରେ ନଜର ନ ପଡିବା ଅତି ଦୁର୍ଭାଗ୍ୟ ବୋଲି ବୁଦ୍ଧିଜୀବୀ ମାନେ ସମାଲୋଚନା କରୁଥିବା ଜଣାପଡିଛି।ଅନ୍ୟପଟେ ବେହେରା ଅଞ୍ଚଳରେ ଶାସକ ଦଳ ର ପୁରୁଖା ନେତା ଓ ବିଧାୟକ ମନ୍ତ୍ରୀ ଙ୍କ ଅତି ନିକଟତର କର୍ମୀ ଥିଲେ ହିଁ ରାସ୍ତା ପ୍ରତି କାହାର ନିଘା ରହୁ ନ ଥିବା ନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଉଛି।ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତାର ମରାମତି କରିବା କୁ ଅଞ୍ଚଳ ବାସୀ ଙ୍କ ଦାବି ହେଉଛି।ଏନେଇ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ହିଁ ସମ୍ଭବ ହୋଇ ନ ଥିଲା।

Post a Comment

Previous Post Next Post