ବଡ଼ପରାରେ ବନମହୋତ୍ସବ : ବୃକ୍ଷ ରୋପଣ ସହ ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ୱାନ


ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁରେ ବୁଧବାର ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବଡ଼ପରା ଦେଓଡ଼ଙ୍ଗର ରେ ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିକାରୀ ଜନାର୍ଦ୍ଧନ ଠାକୁର, ସିନ୍ଧେକେଲା ଫରେଷ୍ଟର ଗୋବରଦ୍ଧନ ପୁଟେଲଙ୍କ ଅଧକ୍ଷତାରେ ଆୟୋଜିତ ବନମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିନ୍ଧେକେଲା ଜୋନ ଜିଲ୍ଲାପରିଷଦ ସଭ୍ୟ ଦାମ ସୁନା, ଗନ୍ଧର୍ଲା ସରପଞ୍ଚ ପ୍ରତିନିଧି ପ୍ରଦୀପ ଜାଲ,ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଅମରେନ୍ଦ୍ର ନନ୍ଦ, ବଡ଼ପରା ୱାର୍ଡସଭ୍ୟା ସବିତା ମାଝୀ, ସାମ୍ବାଦିକ ଅଭିମନ୍ୟୁ ବହିଦାର ଯୋଗଦେଇ ପରିବେଶ ଓ ଜଳବାୟୁ ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ । ବଡ଼ପରା ଗ୍ରାମବାସୀ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଫରେଷ୍ଟ କର୍ମଚାରୀଙ୍କ ସମେତ ଗ୍ରାମର ଅନେକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ଅତିଥିଙ୍କୁ ପ୍ରଥମେ ସ୍ୱାଗତ କରାଯାଇଥିଲା ।

Post a Comment

Previous Post Next Post