ତେଲିଆ ମୁଡ଼େ ତେଲ ହେଲେ ଗରିବ ଦୁଃଖୀର ଲାଗି ଫେଲ


ଭବାନୀପାଟଣା /ଗୋଲାମୁଣ୍ଡା /୨୧/୦୭ (ଶ୍ୟାମସୁନ୍ଦର ମାଝୀ) କେନ୍ଦ୍ର ଓ ରାଜ୍ୟସରକାର ଙ୍କ ମିଳିତ ଉଦ୍ୟମ ରେ ନିରୀହ ଗରିବଙ୍କ ପ୍ରତି ଅନେକ ପ୍ରକାର ଯୋଜନାର ସହାୟତା ଯୋଗାଇ ଦେଇ ଛନ୍ତି । ବ୍ଲକ ପ୍ରଶାସନ ମଧ୍ୟ ଘର ଘର ଚାଲ ବୋଲି ପ୍ରତି ପଞ୍ଚାୟତ ରେ ବ୍ଲକ ପ୍ରଶାସନ ଅଭିଯୋଗ ଶୁଣାଣି ଓ ବିକାଶର ନାରା କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଅଧିକାଂଶ ନିରୀହ ଗରୀବ ଓ ଦିବ୍ୟାଙ୍ଗ ବାଦ ପଡିଥିବା ଜଣାପଡିଛି । ତାହା ହେଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ରେଙ୍ଗସାପାଳି ପଞ୍ଚାୟତର ପିତାଗୁଡା ଗ୍ରାମର ଅଭାଗା ମହିଳା ଛଉ ଗଉଡ଼ ପ୍ରତି ବିପଦ ସଂକେତ ସୃଷ୍ଟି ଦେଖା ଦେଇଛି । ଯାହାର କି ବାପା ମାଆ ଭାଇ ଙ୍କର ସାହାର ନାହିଁ, ଏ ପର୍ଯ୍ୟନ୍ତ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ ପଡିନାହିଁ । ଯାହାର କି ଦିନରେ ଭିକ୍ଷା ବୃତ୍ତିକରି ରାତିରେ ଭଙ୍ଗା ଦଦରା କୋଠରୀରେ ଜୀବନ ନିର୍ବାହୀତ କରି ଦୁଃଖ କଷ୍ଟରେ କାଳାତି ପାତ କରିବା ଖବର ପଞ୍ଚୟତ କର୍ମଚାରୀ ମାନେ ଜାଣିକରି ବି ଅଜଣା ହୋଇ ରହିଛନ୍ତି । ଛଉ ଗଉଡ଼ ସରକାରୀ ପାଞ୍ଚ କିଲୋ ଚାଉଳ ବ୍ୟତୀତ କୌଣସି ସୁଭିଧା ପାଉନାହାନ୍ତି । ଗତ କିଛି ଦିନର ବର୍ଷା ରେ ନିଜସ୍ୱ ବୋଲି ଛୋଟିଆର ଏକ ବଖରା ଘର ଭାଙ୍ଗି ଯିବାରୁ କେମିତି ବିପଦରୁ ରକ୍ଷା ପାଇଛି ତାହା ସ୍ଥାନୀୟ ଭୀମ ମାଝୀ, ଅର୍ଜୁନ ଦଳ ପତି, ଓ ଗୋକୁଳ ଧରୁଆ କହିଛନ୍ତି । ଛଉ ଗଉଡ଼ ପରିଶେଷରେ କହିଛି ଯେ ମୋର କୌଣସି ପ୍ରକାର ଦୁର୍ଘଟଣା ଘଟେ ତେବେ ପ୍ରଶାସନ ହିଁ ଦାଈ ରହିବେ ବୋଲି ପ୍ରକାଶ କରିଛନ୍ତି । ବ୍ଲକ ପ୍ରଶାସନ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଛଉ ଗଉଡ଼ର ଜୀବନ ରକ୍ଷା ହେବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Post a Comment

Previous Post Next Post