ୟୁରିଆ ସାର ନବରଙ୍ଗପୁରକୁ ଚୋର ଚାଲାଣ, କୃଷି ବିଭାଗର ନଜର ନାହିଁ


ଧର୍ମଗଡ (ପ୍ରଦୀପ ସେଠୀଆ) ଚାଷ କାମ ଆରମ୍ଭ ପୂର୍ବରୁ ୟୁରିଆ ସାର ଚୋରଚାଲାଣ ହେଉଥିବା ଦେଖା ଯାଉଛି।ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳରୁ ରୀତିମତ ଯାନ ବାହନାରେ ସିମନ୍ତବର୍ତ୍ତୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି , ପାପଡ଼ାହାଣ୍ଡି,ଝରିଗାଁ ଅଞ୍ଚଳକୁ ଯାଉଥିବା ନଜର ରହିଛି।ଏବେ ଅଞ୍ଚଳର ଚାଷୀ ଚାଷ କାମ ଆରମ୍ଭ କରିବା ବେଳେ ଅନେକ ରାସାୟନିକ ସାରର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୟୁରିଆ ସାରର ଚାହିଦା ଅଧିକ ଥିବା ବେଳେ ଚୋର ଚାଲାଣ ଯୋଗୁଁ ଏଠିକାର ଚାଷୀଙ୍କ ପାଇଁ ସଙ୍କଟ ଦେଖାଯିବା ଆସଙ୍କା ରହିଛି। ଏପରିକି ଚଢ଼ା ଦରରେ ବିକ୍ରୀ ହେବା ଆଶଙ୍କା କରାଯାଉଛି।ଦେବେ ଏହି ଚୋର ଚାଲାଣ କାରବାରରେ ସାର୍ ଦୋକାନୀ ମାଲେମଲ୍ ହେବା ବେଳେ ସ୍ଥାନୟ ଚାଷୀ ଶୋଷଣର ଶିକାର ହେବା ଏଡାଇ ଦିଆଯାଇ ନପାରେ। ସାରା ଦୋକାନୀମାନେ ନାମ ନିଜ ରେଜିଷ୍ଟର ରେ ଆଧାରକାର୍ଡ, କୃଷକ କାର୍ଡ ଆଦି ଅନ୍ତର୍ଭୁକ୍ତ ବିକ୍ରି କରିବା ବ୍ୟବସ୍ଥା ଥିବାବେଳେ କିପରି ଶହ ଶହ ବସ୍ତା କେଉଁ ଚାଷୀ ନାମରେ ବିକ୍ରି ହେଉଛି ସମସ୍ତଙ୍କୁ ଚକିତ କରୁଛି।ଏପରିକି ଦୋକାନ ମାନଙ୍କରେ ରାସାୟନିକ ସାରର ମୂଲ୍ୟ ବିବରଣୀ ଚାଷୀ ମାନଙ୍କ ଅବଗତ ନିମନ୍ତେ ଛପା ଯିବା ସରକାରୀ ବ୍ୟବସ୍ଥା ରହିଛି। ହେଲେ ସରକାରଙ୍କ ନୀତି ନିୟମକୁ ଦୋକାନୀ ମାନେ ଖୋଲମ୍ ଖୋଲା ଉଲ୍ଲଘଂନ କରୁଥିବା ବେଳେ କୃଷି ବିଭାଗର ଏପଟେ ଆରମ୍ଭ ରେ ଶୋଇ ରହୁଛି। ବିଶେଷ ଭାବେ ଦଣ୍ଡପାଟ ର ବେହେରା ,ତରାପୁର ଅଞ୍ଚଳ ରୁ ୟୁରିଆ ସାର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚୋର ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । କୃଷି ବିଭାଗ କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳର ଚାଷୀଙ୍କ ଦାବି ହେଉଛି। ଏନେଇ ଧର୍ମଗଡ କୃଷି ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇନଥିଲେ।

Post a Comment

Previous Post Next Post