ମସ୍କାଗୁଡା କ୍ଲଷ୍ଟର କମର୍ଦ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ G20 ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭବାନୀପାଟଣା ୧୨/୦୬(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ମସ୍କାଗୁଡା କ୍ଲଷ୍ଟର ସ୍ତରୀୟ ଜନ ଭାଗିଦାରୀ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଧାରିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜନ ସାଧାରଣ ଙ୍କୁ ସଚେତନ କରାଯାଇଥିଲା । ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଉପରେ ପର୍ଯ୍ୟବେଷିତ କାର୍ଯ୍ୟକ୍ରମ (FLN-Foundational Literacy and Numeracy )ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ବିକାଶ ପାଇଁ ଜନ ସାଧାରଣ କିପରି ସହଯୋଗ କରିବେ ଏ ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ଟିକୁ ଜିଲ୍ଲା ସି. ଟି. ପ୍ରାଥମିକ ଶିକ୍ଷକ ସଂଗଠନର ଉପ ସଭାପତି ବିଭୁତି ଭୂଷଣ ତାଣ୍ଡି ପରିଚାଳନା କରି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ କମର୍ଦ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚନା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଭବାନୀ ଶଙ୍କର ବାରିକ, ନିରଞ୍ଜନ ବୁଦ୍ଧିଆ, ସୁରେଶ ଚନ୍ଦ୍ର ଭୋଇ, ଝସକେତନ ବୁଦ୍ଧିଆ, ସୂର୍ଯ୍ୟମଣୀ ପାତ୍ର, ଜଗମୋହନ ପାତ୍ର ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଙ୍ଗନବାଡି କର୍ମୀ, ଜନ ସାଧାରଣ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଟାଟା ଟ୍ରଷ୍ଟ ତରଫରୁ ଶ୍ରୁତିରାଣୀ ସାମଲ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନା କରିଥିବାବେଳେ ଶେଷରେ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post