ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମହାରାଜା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କ୍ରୀଡା ଶିକ୍ଷକ ରଘୁନାଥ ଥନାପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶୀଷ ରଂଜନ ରଥଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋ ସ୍କୁଲ ଅଭିଯାନର ସଭାପତି ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଓ କୋଷାଧକ୍ଷ ଦିଲ୍ଲୀପ କୁମାର ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଥନାପତିଙ୍କୁ ଉପଢୌକନ ଓ ପ୍ରଶଂସାପତ୍ର ଦେଇ ସମ୍ମାନୀତ କରିଥିଲେ । ପ୍ରକାଶ ଥାଉ କି ଖେଳ ଶିକ୍ଷକ ରଘୁନାଥ ଥନାପତି ନିଜର କର୍ମମୟ ଜୀବନ ଦଧିବାମନ ଉଚ୍ଚ ବିଦ୍ୟାଳୟ , ବାଉଁଶୁଣୀରୁ ଆରମ୍ଭ କରି କୋଡିଏ ବର୍ଷ ପରେ ୨୦୦୬ ମସିହାରେ ମହାରାଜା ଉଚ୍ଚ ବିଦ୍ୟାଳୟ ସୋନପୁରରେ କ୍ରୀଡା ଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଦୀର୍ଘ ୧୭ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏହି ବିଦ୍ୟାଳୟରେ କ୍ରୀଡା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି ପାରିଛନ୍ତି । ଯୋଗ, ବ୍ୟାଡମିଣ୍ଟନ, କ୍ରିକେଟ ଆଦି ଖେଳରେ ଛାତ୍ରମାନଙ୍କୁ ତାଲିମ ଦେଇ ସଫଳ କ୍ରୀଡାବିଦ୍ ଭାବେ ଗଢି ତୋଲିଛନ୍ତି । ଏପରିକି ଏହି ବିଦ୍ୟାଳୟରୁ ବହୁ ଛାତ୍ର ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଖାଲି ଏତିକି ନୁହେଁ ଶ୍ରୀ ଥନାପତି ଜଣେ ଦାୟିତ୍ବସମ୍ପନ୍ନ ବ୍ୟକ୍ତି ଭାବେ ବିଦ୍ୟାଳୟର ବିଭନ୍ନ ବିଭାଗର ଦାୟିତ୍ବକୁ ସୁଚାରୁ ରୁପେ ନିର୍ବାହ କରି ପାରିଛନ୍ତି । ଆଜି ତାଙ୍କ ବିଦାୟକାଳୀନ ସଭାରେ ଛାତ୍ର ତଥା ତାଙ୍କର ସହଯୋଗୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଭାବବିହ୍ବଳ ହୋଇ ତାଙ୍କୁ ଅଶୃଳ ବିଦାୟ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର କିରାଣୀ ତାରାଚାନ୍ଦ ମେହେରଙ୍କୁ ମଧ୍ୟ ଧର୍ମଶାଳା ବିଦ୍ୟାଳୟକୁ ବଦଳି ସକାଶେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Post a Comment