ଟାୱାର ସାମଗ୍ରୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ଚାଳକ ଓ ଖଳସୀ


ହରଭଙ୍ଗା ୫/୪ (ସୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ ବନଦୁର୍ଗା ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତି ରେ ଏକ ଟାୱାର ସାମଗ୍ରୀ ବୋଝେଇ ଆଇଚର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ମତେ ( MH 48B M9446) ନାମକ ଆଇଚର ଟି ଭୁବନେଶ୍ୱର ଠୁ ବଲାଙ୍ଗୀର ଅଭିମୁଖେ ଟାୱାର ସାମଗ୍ରୀ ବୋଝେଇ କରି ଯାଉଥୁବା ସମୟରେ ଉକ୍ତ ବନଦୁର୍ଗା ମନ୍ଦିର ନିକଟରେ ଚାଳକ ଭାରସାମ୍ୟ ହରାଇଥିବାରୁ ଟ୍ରକ ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣା ରୁ ଚାଳକ ଓ ଖଳାସୀ ବର୍ତ୍ତୀ ଯାଇଥିବା ଜଣାପଡିଛି । ଘଟଣା କୁ ନେଇ ଆଡ଼େନିଗଡ଼ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Post a Comment

Previous Post Next Post