ରକ୍ତଦାନ କରି ଜୀବନ ବଞ୍ଚାଇଲେ ମାଁ ଦୁଆରର୍ଶନି କ୍ଲବ ର ସଦସ୍ୟ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : କଣ୍ଟାବାଞ୍ଜି ଡାକ୍ତରଖାନାର ଭର୍ତି ହୋଇଥିବା ଡୁଙ୍ଗରିପାଲି ଗାଁ ଦର୍ଲିପଡ଼ା ର ମାଳତୀ ସୁନା ତାଙ୍କୁ ଏ ପୋଜିଟିଭ ରକ୍ତ ଦରକାର ପଡ଼ିଥିବାରୁ ସେ ରକ୍ତ ପାଇଁ ବହୁତ ଖୋଜା ଖୋଜି କରିଥିଲେ ତାଙ୍କୁ ରକ୍ତ ମିଳିନଥିଲା । ପରେ ପୋଲିସ୍ ଏସ ଆଇ ଈଶ୍ୱର ଚନ୍ଦ୍ର ମାଝୀ ଦାବ୍ରି ଗାଁର ମାଁ ଦୁଆରର୍ଶନୀ ୟୁଥ୍ କ୍ଲବ ର ସଭାପତି ରାଜୁ ଛତ୍ରିଆ ଙ୍କୁ ଯୋଗାଯୋଗ କରିଥିଲେ। ଛତ୍ରିଆ ତାଙ୍କ କ୍ଲବ ର ସଦସ୍ୟ ପ୍ରବୀଣ ସୁନା ଙ୍କ ଏ ପୋଜିଟିଭି ଥିବାରୁ ସେ ଆସି ରକ୍ତଦାନ କରିଥିଲେ । ରକ୍ତ ଦାନ ସମୟରେ ରକ୍ତଭଣ୍ଡାର କର୍ମଚାରୀ ଦୁର୍ଗା ତାଣ୍ଡି , ପ୍ରେସ ରିପୋର୍ଟର ପିଣ୍ଟୁ ଭୋଇ , କ୍ଲବ ସଦସ୍ୟ ରାଜୁ ଛତ୍ରିଆ, ଏସାଆଇ ଈଶ୍ୱର ଚନ୍ଦ୍ର ମାଝୀ ଉପସ୍ଥିତି ରହିଥିଲେ। ରକ୍ତଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ମାଳତୀ ସୁନା।  

Post a Comment

Previous Post Next Post