ପାଟଣାଗଡ଼ ୧୫।୦୨(ଆଜତକ୍ ଓଡ଼ିଶା) : ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲେ ଦୁଇ ବନ୍ଧୁ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଦୁଇ ବନ୍ଧୁ ହେଲେ ତୁଷୁରା ଥାନା ନୁଆଁପଡ଼ା ଗାଁର ଅସିତ ମେହେର ଏବଂ ମଳୟ ମନହିରା ।ଖବର ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୁଆପଡ଼ା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗଦେବାକୁ ଯାଇଥିବା ବେଳେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ଜୀବନ ଚାଲି ଯାଇଥିଲା । ଖରିଆରରୁ ଭୁବନେଶ୍ବର ଯାଉଥିବା ଘରୋଇ ନାଇଟ୍ କୋଚ ‘ଜୟ ମାତା ଦୀ’ରେ ଧକ୍କାରେ ଦୁଇ ବନ୍ଧୁଙ୍କ ଜୀବନ ଚାଲି ଯାଇଛି । ମୃତ ଦୁଇ ବନ୍ଧୁ ହେଲେ ତୁଷୁରା ଥାନା ନୁଆଁପଡ଼ା ଗାଁର ଅସିତ ମେହେର ଏବଂ ମଳୟ ମନହିରା । ତେବେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବସକୁ ଥାନାକୁ ଆଣି ତଦନ୍ତ ଚଳାଇଛି ।

Post a Comment