ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଆଜି ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୧ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଷ୍ଟାଫ ସିଲେକ୍ସନ ପରୀକ୍ଷା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ବିସ୍ତୃତ ଗାଇଡଲାଇନ ପାଠ କରିବାସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ତାହାର ଏକକିତା ନକଲ ପ୍ରଦାନ କରିଥିଲେ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ପରୀକ୍ଷା ପାଇଁ ରହିଥିବା ନିୟମାପଳୀ ପାଠ କରିବା ସହିତ ଶାନ୍ତିି ଶୃଙ୍ଖଳାର ସହିତ ପରୀକ୍ଷା ଆୟୋଜନ କରିବାକୁ ପ୍ରସ୍ତୁତ ରହିିବା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀମତୀ ବେହେରା ପରାମର୍ଶ ଦେଇଥିଲେ ।
ଆସନ୍ତା ୨୧ରେ ହେବ ଷ୍ଟାଫ୍ ସିଲେକ୍ସନ ପରୀକ୍ଷା
ଆଜତକ ଓଡ଼ିଶା
0
Post a Comment