ଜିଲ୍ଲାପାଳ ଓ ନଗର ପାଳ ଙ୍କ ସାକ୍ଷାତକାର ବୌଦ୍ଧ ସହରର ବିକାଶ ଉପରେ ଆଲୋଚନା


ବୌଦ୍ଧ, (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରି ବିଭିନ୍ନସମସ୍ୟା ଉପରେ ଆଲୋଚନା କଲେ ନଗରପାଳ। ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ମୃତ୍ୟୁ ନ୍ଯାୟ ମିଶ୍ର ଆଜି ସୌଜନ୍ୟ ମୂଳକ ସାକ୍ଷାତ କରି ବୌଦ୍ଧ ସହର ବିକାଶ ଉପରେ ଆଲୋଚନା କରିଛନ୍ତି ।ସହର ଉନ୍ନତି କରଣ,ପାର୍କିଂ ସୁବିଧା, କାନ୍ଥ ପେଣ୍ଟି ,ବସସ୍ତାଣ୍ଡ ର ସ୍ଥାନାନ୍ତରୀକରଣ ,ମର୍ଯାକୁଦରେ ଆଲୋକି କାରଣ, ପର୍ଯ୍ୟଟନର ଉନ୍ନତି କରଣ, ସହର ସୌନ୍ଦର୍ଯ୍ୟ କରଣ ,ମିନିଯିମ ୱାର୍କସ କ୍ଳବ ଉପରେ ଆଲୋଚନା କରିଥିଲେ ।କାଉନସିଲ ବୈଠକ ପରେ ସହରର ବିଭିନ୍ନ ସ୍ଥାନକୁ ଯାଇ ଉନ୍ନତି କରାଯିବ ସେନେଇ ଆଲୋଚନା କରିଥିଲେ ।ରାସ୍ତା କଡରେ ବାଲି ମାଟି ନ ପକାଇବା ଉପରେ ଗୁରୁତ୍ୱ ରୋପ ଓ ହେଲମେଣ୍ଟ ଚେକିଂ ଉପରେ ଗୁରୁତ୍ୱ ଦେବା ବିଷୟରେ
ଆଲୋଚନା କରିଥିଲେ । ଏହି ଆଲୋଚନା ରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ ଉପସ୍ଥିତ ରହିଥିଲେ। ସ୍ୱାଧୀନତା ର୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା କୁ ଦୁଇଦିନ ବ୍ୟାପି ଅହିଂସା ରଥ ବୌଦ୍ଧ ଜିଲ୍ଲା ପରିକ୍ରମା କରିବାର ଉପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୁଟଚାର୍ଟ ଉପସ୍ଥାପନ କରିଥିଲେ ।

Post a Comment

Previous Post Next Post