ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଘଣ୍ଟୁଆ ଗ୍ରାମ ପଞ୍ଚାୟତ ଅଫିସ ପରିସରର ବିଜୁ ଜନତା ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ମିଳିତ ଆନୂକୂଲ୍ଯରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳର ଏହି ରକ୍ତ ଦାନର ଶିବିର ର ନେତୃତ୍ଵ ନେଇ ଥିଲେ ଘଣ୍ଟୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶିଲ୍ ପ୍ରଧାନ ଓ ବିଜୁ ଜନତା ଦଳର ବରିଷ୍ଠ ଓ ଯୁବ ଛାତ୍ର ଜନତା ଦଳର କର୍ମୀ ମାନେ ଅତି ସ୍ମରଣୀୟ ରଖିବା ପାଇଁ ବିଜୁ ଜନତା ଦଳ ରକ୍ତ ଦାନ ଶିବିର ଆୟୋଜନ କରି ଏକ ନିଆରା ଦିଗ୍ ଦର୍ଶନ ଦେଇଛି । ରକ୍ତ ଦାନ ହେଉଛି ମହତ ଦାନ ଯଦି କୋଣସି ଜଣକ ରକ୍ତ ଦାନରେ ଅନ୍ଯ ଜୀବନ ବଞ୍ଚିପାରୁଛି ତେବେ ତାହାଠୁ ପୂର୍ଣ୍ଣ୍ଯ କାମ ଆଉ କିଛି ନାହିଁ ଏହି ରକ୍ତ ଦାନ ଶିବିର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ପୂର୍ବତନ ଜିଲ୍ଲା ପରିଷଦ ତଥା ବିଜେଡିର ବରିଷ୍ଠ ନେତା ରବିନ୍ଦ୍ର ନାଥ ଅଣ୍ଡିଆ ,ଘଣ୍ଟୁଆ ସରପଞ୍ଚ ସୁଶିଲ୍ ପ୍ରଧାନ ,ଦେଭୋଗ ସରପଞ୍ଚ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ , ମଧୁ ପୁରା ସରପଞ୍ଚ ପ୍ରତିନିଧି ଲମ୍ଭୋଧର ମାହାନା , କୁମ୍ଭାରୀ ସରପଞ୍ଚ ପ୍ରତିନିଧି ଜୟନାରାୟଣ ମହାପାତ୍ର , ପୂର୍ବତନ ଯୁବ ସଭାପତି ସଞ୍ଜୟ ପ୍ରଧାନ,ଜୀବନ ବିନ୍ଦୁ ର ବସ୍ତା ନିର୍ବାଚନ ମଣ୍ଡଳୀ ସମ୍ପାଦକ ରଞ୍ଜନ କୁମାର ଧଳ , ବାଲେଶ୍ବର ଜିଲ୍ଲା ବିଜେଡି ସମ୍ପାଦକ ଉଜ୍ଜଳ ଗିରିଙ୍କ ସମେତ ବହୁ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହିବା ସହିତ ୭୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
ବିଜୁ ଜନତା ଦଳ ଓଡିଶା ମୋ ପରିବାର ପକ୍ଷରୁ ଘଣ୍ଟୁଆ ଗ୍ରାମ ପଞ୍ଚାୟତ ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment