ଗାଁ କୁ ଯାଇପରିଲାନହି ଆମ୍ବୁଲାନ୍ସ : ଦେଢ଼ କି.ମି. ଷ୍ଟ୍ରେଚର୍‌ରେ ବୃହାହେଲେ ଗର୍ଭବତୀ ମହିଳା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ପଞ୍ଚାୟତ ବାରିଆଲି ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁ କୁ ଭଲ ରାସ୍ତା ଖଣ୍ଡେ ନଥିବା ଯୋଗୁ ଆଜି ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ସୂଚନା ଅନୁଯାୟୀ, ଶନିବାର ବାରିଆଳି ଗାଁର ବର୍ଭବତୀ ମହିଳା ମାଲବତୀ ମାଝୀ (୨୪) ଙ୍କ ପ୍ରସବ ବେଦନା ହୋଇଥିଲା ।ଏଥି ପାଇଁ ପରିବାରଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଡାକିଥିଲେ। ଆମ୍ବୁଲାନ୍ସ ଗାଁ ନିକଟକୁ ପହଞ୍ଚିଥିଲା ହେଲେ ଗାଁକୁ ଭଲ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ଯାଇ ପାରିଲାନାହିଁ । ପାରିବାର ଓ କର୍ମଚରୀମାନେ ମିସି ଷ୍ଟ୍ରେଚରରେ ଗର୍ଭବତୀ ମହିଳାଙ୍କୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବୁହିଆଣଥିଲେ। ପରେ ତାଙ୍କୁ ସୁରକ୍ଷିତ ଭାବେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣାଯାଇଥିଲେ । ଏହି ଘଟଣା ପରେ ଏହି ଅଞ୍ଚଳର ବିକାଶ କେବେ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Post a Comment

Previous Post Next Post