ରେଳ ରୋକ ଆନ୍ଦୋଳନ ସ୍ଥଗିତ ପାଇଁ ରେଳ ପ୍ରଶାସନରେ ଉଦ୍ୟମ ରାଇଟ ଟୁ ଫାଇଟ ସଂଗଠନ ସହ ରେଳ ପ୍ରଶାସନର ବୈଠକ



କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଵେଚ୍ଛାସେବୀ ସଂଗଠନ କଣ୍ଟାବାଞ୍ଜି ରେଳ ଷ୍ଟେସନ କୁ ଉପେକ୍ଷା କରାଯାଉ ଥିବା ଅଭିଯୋଗ କରିବା ସହ ବିଭିନ୍ନ ଦାବି ନେଇ ଚଳିତ ମାସ ୨୦ ତାରିଖ ରେଳରୋକ ଆନ୍ଦୋଳନର ଡାକରା ଦେଇଥିଲେ । ତେବେ ଏହି ରେଳ ରୋକ କେମିତି ସ୍ଥଗିତ ରହିବ ସେନେଇ ରେଳ ପ୍ରଶାସନ ଉଦ୍ୟମ କରିଥିବା ବେଳେ ଶୁକ୍ରବାର ସ୍ଥାନୀୟ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟଲୟରେ ରେଳ ପ୍ରଶାସନ ଏକ ବୈଠକର ଆୟୋଜନ କରିଥିଲା । ବୈଠକ ରେ ରାଇଟ ଟୁ ଫାଇଟ ର ସଦସ୍ୟ ଉପସ୍ଥିତ ଥିବା ବେଳେ ସେମାନେ ଦେଇଥିବା ଦାବି ଉପରେ ଟିକିନିଖି ଆଲୋଚନା ହୋଇଥିଲା । କିଛି ଦାବି ଉପରେ ରେଳ ପ୍ରଶସନର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହ ଚିଠି କରାଯାଇଥିବା କୁହାଯାଇଥିଲା । କଣ୍ଟାବାଞ୍ଜି ଷ୍ଟେସନ ର ପ୍ଲେଟଫାର୍ମ ନମ୍ବର ୧ ଏବଂ୨ ର ସେଡ଼ ସମ୍ପ୍ରସାରଣ , କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ନୂତନ ରୋଡ ଅଣ୍ଡର ବ୍ରିଜ ନିର୍ମାଣ, କଣ୍ଟାବାଞ୍ଜି ରେ ରେଲୱେ ଖାଲି ପଡିଥିବା ଜମିରେ ପ୍ରସାବିତ ବିଭିନ୍ନ ପ୍ରକଳ୍ପ ର ଶୀଘ୍ର କାର୍ଯ୍ୟ ଆରମ୍ଭ, କୋରୋନା ସମୟରେ ବନ୍ଦ ଥିବା ସମସ୍ତ ପେସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନକୁ ପୁଣି ଆରମ୍ଭ କରିବା, ଜିଆରପି ଆଉଟ ପୋଷ୍ଟ ର ନୂତନ ଗୃହ ନିର୍ମାଣ, କଣ୍ଟାବାଞ୍ଜି ରୁ ହାୱଡା ସପ୍ତାହ କୁ ୪ ଦିନ ଚାଲୁଥିବା ଇସ୍ପାତ ଏକ୍ସପ୍ରେସ କୁ ପ୍ରତିଦିନ ଚଳାଇବା ,ପ୍ଲେଟଫାର୍ମ ନମ୍ବର ୨ ରେ ନୂତନ ଟିକଟ କାଉଣ୍ଟର ଖୋଲିବା, କଣ୍ଟାବାଞ୍ଜି ରେ ନିର୍ମାଣ ହେଉଥିବା ମାଲବାହୀ ସେଡ଼ ର କାର୍ଯ୍ୟ ଅତିଶୀଘ୍ର ସମ୍ପାଦନା କରିବା ପ୍ରମୁଖ ଦାବି କରିଥିଲା ରାଇଟ ଟୁ ଫାଇଟ ସଂଗଠନ । ରେଳ ପ୍ରଶାସନ ଏବଂ ରାଇଟ ଟୁ ଫାଇଟ ସଂଗଠନ ଆଲୋକନ ସମୟରେ ଆଗାମୀ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଦିବ୍ୟାଙ୍କ ପାଇଁ ଲିଫ୍ଟ ସୁବିଧା, କଣ୍ଟାବାଞ୍ଜି ଷ୍ଟେସନ ର ପ୍ଲେଟଫର୍ମ ର ସେଡ଼ ସଂପ୍ରସାରଣ , ଜିଆରପି ଅଫିସ ଗୃହ ର ନିର୍ମାଣ କାର୍ଯ୍ୟ ଆରମ୍ଭ , ଇସ୍ପାତ ଏକ୍ସପ୍ରେସ କୁ ପ୍ରତିଦିନ କରିବା ପାଇଁ ଜୋନ କୁ ପ୍ରସ୍ତାବ, କରୋନା ସମୟରେ ବନ୍ଦ ଥିବା ସମସ୍ତ ଟ୍ରେନ କୁ ପୁଣି ଆରମ୍ଭ କରିବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଚିଠି ଡିଭିଜନ ତରଫରୁ ଅନୁରୋଧ, କଣ୍ଟାବାଞ୍ଜି ରେ ଦ୍ଵିତୀୟ ରୋଡ ଅଣ୍ଡର ବ୍ରିଜ ପାଇଁ ଡିଭିଜନ କତ୍ତୃପକ୍ଷ ପ୍ରସ୍ତୁତ ଅଛି ଜିଲ୍ଲାପାଳ ବଲାଙ୍ଗୀର କୁ ଚିଠି ଲେଖା ଯାଇଛି, ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ସେଥି ପାଇଁ ଅନୁଦାନ ଯୋଗାଇଲେ ଏହା ସମ୍ଭବ , କଣ୍ଟାବାଞ୍ଜି ରେ ଖାଲି ପଡିଥିବା ଜମି ସଦୁପଯୋଗ ପାଇଁ ପୁଣି ମୁଖ୍ୟାଳୟ ପାଇଁ ପତ୍ର ଲେଖିବ ଡିବିଜନ ବୋଲି ଏହି ବୈଠକରେ ଉପସ୍ଥିତ ଥିବା ରେଳ ବିଭାଗର ଡିସିଏମ ଏସ. ହରୋ , ଏ.ଏସ.ସି. ମୁକେଶ କୁମାର , କମରସିଆଲ ଇନ୍ସପେକ୍ଟର ଏସ.ପଣ୍ଡା, କଣ୍ଟାବାଞ୍ଜି ଆରପିଏଫ ଅଧିକାରୀ ଏନ.ଜି. ରମଣ ସହ ଅନ୍ୟ ରେଳ ବିଭାଗର ଅଧିକାରୀ ଉପସ୍ଥିତିରେ ରାଇଟ ଟୁ ଫାଇଟ ସଂଗଠନ ସଭାପତି ପ୍ରଭଜିତ ସିଂ ସାଲୁଜା, ପୂର୍ବତନ ସଭାପତି ଶେଖ ଅନବର ଗୁଡ୍ଡା ଖାଁ , ସମ୍ପାଦକ କମଳଜିତ ସିଂ ମାଖୀଜା, ସଦସ୍ୟ ଆଶିଷ ଖଇତାନ , ରୋହନ ମହତ , ଯୁଗଲ କିଶୋର ଶବର ସହ ଅନ୍ୟ ସଦସ୍ୟ ପ୍ରମୁଖ ବୈଠକ ରେ ସାମିଲ ହୋଇଥିଲେ ।

Post a Comment

Previous Post Next Post