ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ରଜ ସଂକ୍ରାନ୍ତି ପାଳନ


ବୌଦ୍ଧ (ସୁଶାନ୍ତ କୁମାର ବେହେରା)ବୌଦ୍ଧ ସଦର ବ୍ଲକ ଆମ୍ବଝରୀ ଖଜୁରୀପଡା ଶିବ ମନ୍ଦିରରେ ପ୍ରତ୍ୱେକ ବର୍ଷଭଳି ପବିତ୍ର ରଜ ସଂକ୍ରାନ୍ତି ଉତ୍ସବ ପାଳନ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟରେ ଶୁଭ କଳସ ସ୍ଥାପନ, ମନ୍ଦିରରେ ପୂଜାର୍ଚନା କରାଯାଇଥିଲା । ପୂଜାରେ କର୍ତ୍ତାଭାବେ ସପତ୍ନୀକ କୃତ୍ତିବାସ ପଲିଆ ଓ କୃଷ୍ଣ୍ଷାଜିନି ପଲିଆ ତୁଲାଇଥିବା ବେଳେ ପୂଜକ ଭାବେ ରାମଚନ୍ଦ୍ର ପଣ୍ଡା, ମନ୍ଦିର ପୂଜକ ଭୁଲୁ ବଡ଼ମାଳି ତୁଲାଇ ଥିଲେ । ମନ୍ଦିରକମିଟି ପ୍ରତିଷ୍ଠାତା ସଦସ୍ୟ ବାମନ ଦେହୁରୀ, କଇରା ଜାଲ, ତ୍ରିପୁର ଝାଙ୍କର, ଅକ୍ରୁର ଝାଙ୍କର, କ୍ଷୀରଣ୍ଣବ କର୍ଣ୍ଣ, ମନ୍ଦିର କମିଟୀ ସଭାପତି ପ୍ରେମାନନ୍ଦ ସାହୁ ଓ ସମ୍ପାଦକ ଅକ୍ଷୟ କର୍ଣ୍ଣଙ୍କ ତତ୍ୱାବଧାନରେ ପ୍ରତେକ ସଂକ୍ରାନ୍ତି, ଶିବ ରାତ୍ରୀ, ମକର ଯାତ୍ରା ପାଳନ ହେଉଅଛି । ଅଂଚଳର ଜନସାଧାରଣଙ୍କ ଏକ ପ୍ରମୁଖ ଉପାସନାସ୍ଥଳ ଭାବରେ ପ୍ରତିଷ୍ଠିତ ଅଟେ । ମନ୍ଦିର ପରିସରରେ ପାର୍ଶ୍ୱଦେବାଦେବୀ ମନ୍ଦିର ଶୋଭା ପାଉଥିଲାବେଳେ ଗ୍ରାମର ଗୌନ୍ତିଆ ସ୍ବର୍ଗତ ଚକ୍ରଧର ଝଙ୍କାରଙ୍କ ଉଦ୍ୟମରେ ବିଭିନ୍ନ ଫଳ ଓ ପୁଷ୍ପ ବୃକ୍ଷରାଜି ଶୋଭା ପାଉଛି । ଅଂଚଳର ଜନସାଧାରଣଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପଂଚାୟତ ତରଫରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧୀନ ଥିବାବେଳେ । ଏଠାରେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀ କରଣ ଓ ପାଚେରୀ ନିର୍ମାଣ ଜନସାଧାରଣଙ୍କ ଦାବୀ ହେଉଛି । ଏହି କାର୍ଯ୍ୟକ୍ରମକୁ ସାକାର ନିମନ୍ତେ ଯତୀନଦାସ ପଲିଆ, କ୍ଷେତ୍ର ଗାଈଗୋରିଆ, ସପ୍ତେ ଝଙ୍କାର, ଅଭି ଝାଙ୍କର, ସନାତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post