ବୌଦ୍ଧ,( ସୁଶାନ୍ତ କୁମାର ବେହେରା )ଅନ୍ତର୍ଜାତୀୟ ଯୋଗ ଦିବସ ତା.୨୧-୦୬-୨୦୨୨ ରିଖ ଠାରୁ ତା.୭-୦୬-୨୦୨୨ ପର୍ଯ୍ୟନ୍ତ 7ଦିନ ବ୍ୟାପୀ ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ର ମିଳିତ ଆନୁକୁଲ୍ୟରେ ଏକ ଯୋଗ ଶିବିର ବୌଦ୍ଧ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର ର ଶୁଭ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ରେ ଅଂଶ ଗ୍ରହଣ କରିଥିବା ଶିକ୍ଷାନୁଷ୍ଠା ନ ଛାତ୍ର, ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ବିକାଶ ମାହାର ଓ ସହ ପ୍ରଶିକ୍ଷକ ସୁଶ୍ରୀ ଅନିମା ପଟ୍ଟନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ସହ ପ୍ରଶିକ୍ଷକ ଭାବେ ମନରଞ୍ଜନ ମହାପାତ୍ର ଓ ସୁବାସ ଭୋଇ ସହଯୋଗ କରିଥିଲେ । ଏହି ଶିବିରରେ ବିଭିନ୍ନ ଶିକ୍ଷାନୁଷ୍ଟାନ ର ୨୦୦ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ଅନ୍ତର୍ଜାତୀୟ ଯୋଗ ଦିବଦ ଉଦଯାପିତ
ଆଜତକ ଓଡ଼ିଶା
0
Post a Comment