ଜବରଦଖଲ କବଜାରେ ଗ୍ରାମର ମୁଖ୍ୟରାସ୍ତା, କଂକ୍ରିଟ ରାସ୍ତା ଉପରେ ଆଣ୍ଠୁଏ କାଦ, ଦୈନନ୍ଦିନ ଜୀବନରେ ସଂଘର୍ଷ କରୁଛନ୍ତି ଗ୍ରାମବାସୀ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତର ଚାଷିପଡା ଗ୍ରାମରେ ଜବରଦଖଲ କାରୀଙ୍କ କବଜାରେ ଗ୍ରାମର ମୁଖ୍ୟ ରାସ୍ତା। ଯାହାଫଳରେ ରାସ୍ତା ଉପରୁ ପାଣି ଓ କାଦୁଅ ସବୁ ନିଷ୍କାସିତ ହୋଇ ନପାରି  ରାସ୍ତା ଉପରେ ଜମି ରହୁଛି।ଫଳରେ ଶୁଖିଲା ପାଗରେ ବି ରାସ୍ତା ଉପରେ ଆଣ୍ଠୁଏ କାଦ ଓ ପାଣି ଠିଆ ହୋଇରହୁଛି ।ଯାହା ଫଳରେ ସାହିର ୨ ହଜାର ଲୋକେ ଦୈନନ୍ଦିନ ଜୀବନରେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସମଗ୍ର ଗ୍ରାମରେ ରାସ୍ତା ଏକ ପ୍ରମୁଖ ସମସ୍ୟା ପାଲଟି ଥିବାବେଳେ ଦକ୍ଷିଣ ସାହିର ମନୁ ବେହେରା ଘରଠାରୁ ଦେବେନ୍ଦ୍ର ଜେନା ଘର ପ୍ରଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।ଏହି ରାସ୍ତାର ଉଭୟ ପାର୍ଶ୍ୱ ଜବରଦଖଲ କାରୀଙ୍କ କବଜାରେ ଥିବାରୁ ଡ୍ରେନେଜ ବ୍ୟବସ୍ଥା ହୋଇପାରୁନାହିଁ ଏବଂ କଂକ୍ରିଟ ରାସ୍ତା  ମଧ୍ୟ ହୋଇପାରିନାହିଁ। 


ଯାହାଫଳରେ କଂକ୍ରିଟ ରାସ୍ତା ଉପରେ ବି ଆଣ୍ଠୁଏ କାଦ ଜମି ରହୁଛି।କାଦୁଅ ପଚପଚ ସହିତ ଏହି ରାସ୍ତା ଅତ୍ୟନ୍ତ ଅଣଓସାର ହୋଇ ଥିବାରୁ ଗ୍ରାମ ଭିତରକୁ କୌଣସି ବଡ଼ ଯାନବାହନ ଓ ଆମ୍ବୁଲାନ୍ସ ପ୍ରବେଶ କରିପାରେ ନାହିଁ।ଏମିତିକି ଜରୁରୀ କାଳୀନ ସମୟରେ ଲୋକେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ଏପରିକି ଅଗ୍ନିଶମ ଗାଡିର କୌଣସି ସେବା ଲୋକଙ୍କୁ ମିଳେନାହିଁ। ପ୍ରତିବର୍ଷ ନିର୍ବାଚନ ସମୟରେ ନେତାମାନେ ଆସି ନାନାଦି ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ସବୁ କିଛି ଭୁଲି ଯାଆନ୍ତି।ଉକ୍ତ ରାସ୍ତାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ନିର୍ବାଚିତ ପ୍ରତିନିଧି,ବ୍ଲକ ପ୍ରଶାସନ, ଜିଲ୍ଲାପାଳ ଠାରୁ ଆରମ୍ଭ କରି ତହସିଲଦାର ଓ ବିଧାୟକଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ପାଇ ନାହାଁନ୍ତି। ଏଣୁ ନିର୍ବାଚନ ପୂର୍ବରୁ ଯଦି ଏହି ସମସ୍ୟାର କୌଣସି ପ୍ରତିକାର କରାନଯାଏ ତାହାଲେ ଚଳିତ ପଞ୍ଚାୟତ ନିର୍ବାଚନରେ ସାହିର ଲୋକମାନେ ଭୋଟ ବର୍ଜନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post