ୱେବ ଓ ଡିଜିଟାଲ ମିଡ଼ିଆର ପଟ୍ଟାମୁଣ୍ଡାଇ ମୁନିସିପାଲିଟି କଲ୍ୟାଣ ମଣ୍ଡପରେ ବୈଠକ l


ପଟ୍ଟାମୁଣ୍ଡାଇ (ଆଜତକ୍ ଓଡ଼ିଶା) ସଂପ୍ରତି ଆଧୁନିକ ଯୁଗରେ ପାଠକ ବା ଦର୍ଶକଙ୍କ ନିକଟରେ କ୍ଷିପ୍ର ଗତିରେ ଖବର ପହଞ୍ଚାଇବା ପାଇଁ ୱେବ ଓ ଡିଜିଟାଲ ମିଡ଼ିଆ ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହେଇଛି l ଏହି ପରିପ୍ରେକ୍ଷୀରେ ୱେବ ଓ ଡିଜିଟାଲ ମିଡ଼ିଆକୁ ଆହୁରି ସଂଗଠିତ କରିବା ଓ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏକତ୍ରିତ କରିବାସହ ସାମ୍ବାଦିକ ମାନଙ୍କୁ ସଠିକ୍ ନ୍ୟୁଜ ପ୍ରସାରଣ ପାଇଁ ଆହ୍ୱାନ ଦେଇଥିଲେ ରାଜ୍ୟ ୱେବ ଓ ଡିଜିଟାଲ ମିଡ଼ିଆ ସଂଘର ସଭାପତି ଅମୁଲ୍ୟ କୁମାର ଜେନା। ପଟ୍ଟାମୁଣ୍ଡାଇ ଆଳି ଓ ରାଜକନିକାର ବହୁତ ୱେବ୍ ସାମ୍ବାଦିକ ମାନଙ୍କୁ ଏହି ବୈଠକରେ ଦେଖିବାକୁ ମିଳିଥିଲା।ଏହି ବୈଠକ ପଟ୍ଟାମୁଣ୍ଡାଇ ସ୍ଥିତ ମୁନିସିପାଲିଟି କଲ୍ୟାଣମଣ୍ଡପ ସଭାଗୃହରେ ଆୟୋଜିତ କରାଯାଇଥିବା ବେଳେ l ଏହି ବୈଠକରେ ଉପସ୍ଥିତ ରାଜ୍ୟ ୱେବ୍ ଆଣ୍ଡ ଡିଜିଟାଲ ମିଡିଆ ସଂଘର ସଭାପତି ଅମୁଲ୍ୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ୱେବ୍ ଆଣ୍ଡ ଡିଜିଟାଲ ଉପସଭାପତି ରାଜେଶ ଧଳ ସାମନ୍ତରାୟ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମୁରଲିଧର ମିଶ୍ର ଯୋଗଦେଇ ସାମ୍ବାଦିକ ଜୀବନିର ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ।

Post a Comment

Previous Post Next Post