କଣ୍ଟାବାଞ୍ଜି , ( ଆଜତକ୍ ଓଡ଼ିଶା ) ଓଡ଼ିଶାର ମାରୱାଡି ୟୁବା ମଞ୍ଚର ଜୋନ ସ୍ତରୀୟ ବୈଠକ ସିନ୍ଧିକେଲା ଶାଖା ର ଆତିଥ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ ବୈଠକରେ ଜୋନ ର ୧୨ ଟି ଶାଖା ରେ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ରାଜ୍ୟ ସଭାପତି ନରେଶ ଅଗ୍ରୱାଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭବନ୍ତ ଅଗ୍ରୱାଲ ଙ୍କ ଉପସ୍ଥିତି ରେ ହୋଇ ଥିବା ଏହି ବୈଠକରେ ଜୋନ ଉପସଭାପତି ଗଜାନନ ଅଗ୍ରୱାଲ କରିଥିଲେ, ସର୍ବ ଭାରତୀୟ ଯୁଗ୍ମ ସମ୍ପାଦକ ବଜରଙ୍ଗ ଜିନ୍ଦଲ, ଜୋନ ସମ୍ପାଦକ ପଙ୍କଜ ଜୈନ,ସିନ୍ଧିକେଲା ଯୁବା ମଞ୍ଚ ଶାଖା ସଭାପତି ସଂଜୀବ ଜୈନ ମଞ୍ଚ ରେ ଉପସ୍ଥିତ ରହିଥିଲେ ଏହି ଅବସରରେ କଣ୍ଟାବାଞ୍ଜି ମାରୱାଡି ୟୁବା ମଞ୍ଚ ବିକାଶ ଶାଖା, ନୂଆପଡ଼ା ଶାଖା, ସିନାପାଲି ଶାଖା କୁ ରାଜ୍ୟ ସଭାପତି ଗୋଟିଏ ଆକ୍ସିଜନ ମେସିନ ଜନସେବା କାର୍ଯ୍ୟ ପାଇଁ ଦେଇଥିଲେ,ଉକ୍ତ ଜୋନ ସ୍ତରୀୟ ବୈଠକରେ ଜନସେବା ପ୍ରକଳ୍ପ, ସଙ୍ଘଠନ ବିସ୍ତାର ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।
ସମସ୍ତ ଶାଖା ସଭାପତି ଏବଂ ସମ୍ପାଦକ ନିଜର ବିବରଣୀ ରଖିଥିଲେ,ଉକ୍ତ ଜୋନ ସ୍ତରୀୟ ବୈଠକରେ ରାଜ୍ୟ କାର୍ୟ୍ଯକାରିଣୀ ସଭ୍ୟ ମୟଙ୍କ ଜୈନ,ଆଶିଷ ଖେତାନ, ତପନ ଜୈନ,ଦିନଦୟାଲ କେଡ଼ିଆ, ସଂଜୟ ଅଗ୍ରୱାଲ, କହ୍ନା ଅଗ୍ରୱାଲ,ମନୀଷ ଜୈନ ,ସହିତ ୧୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ, ଏହି ଅବସରରେ ଶ୍ରେଷ୍ଠ କାର୍ୟ୍ଯ କରୁଥିବା କିଛି କର୍ମକର୍ତ୍ତା ଙ୍କୁ ପୁରସ୍କୃତ ମଧ୍ୟ କରା ଯାଇଥିଲା ଓଡିଶାର ସମସ୍ତ ଶାଖା ଦ୍ୱାରା ପରିଚାଳିତ ରାଜ୍ୟ ସଭାପତି ଏହି କାର୍ଯ୍ୟକୁ ପ୍ରଶଂସା କରି ସେ କହିଥିଲେ ଯେ କରୋନାକୁ ଦୃଷ୍ଟିରେ ରଖି ଉତ୍କଳର ୯୮ ଟି ଶାଖା ଦ୍ୱାରା ଅମ୍ଳଜାନ ସେବା ଜାରି ରହିଥିଲା । ଏହାକୁ ଦେଶ ତଥା ପ୍ରଦେଶ ସମର୍ଥନ କରିଥିଲା । , ଖୁବ୍ ଶୀଘ୍ର ଓଡିଶାରେ ନୂତନ ଆମ୍ବୁଲାନ୍ସ ସେବା, ୫୧ଟି ରେ ମୃତ ଦେହ ଫ୍ରିଜ୍ ସେବା ଶାଖା , ୧୦ ଟି କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର , ୧୦ ଟି ନୂତନ ଶାଖା ଗଠନ, ଜେଲ ଟୁ ବେଳ, କାର୍ଯ୍ୟକ୍ରମ ହାଥକୁ ନେବା କୁ କହିଥିଲେ ,ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଶାଖା ର ମାମରାଜ ଜୈନ,ମନୋଜ ଜୈନ,ସନ୍ତୋଷ ଜୈନ,ଅନିଲ ଜୈନ,ଅମିତ ଜୈନ,ସୁଭମ ଜୈନ ପ୍ରମୁଖ ରହିଥିଲେ
Post a Comment