ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକର ବୋର୍ଡାପଡାକୁ ରାଜସ୍ଵ ଗ୍ରାମର ମାନ୍ୟତା ଦାବୀରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଜିଲ୍ଲାପାଳ ସୁଧାଦେବ ସିଂହଙ୍କୁ ସାକ୍ଷାତ କରି ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଡାବାସୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନାବେଡା ପଞ୍ଚାୟତ ଅଧୀନରେ ରହିଛି । ବୋର୍ଡାପଡା । ବୋର୍ଡପଡାକୁ ଲାଗି ହାତୀପଡା ଏବଂ ସାନପଡାର ଅବସ୍ଥିତି ଥିବା ବେଳେ ୩ ଗୋଟି ପଡାରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ପରି ଅନେକ ସମସ୍ୟା ଲାଗି ରହିଅଛି । ଏହି ୩ ଗୋଟି ପଡାର ଜନସଂଖ୍ୟା ପ୍ରାୟ ୫୦୦ ହେବ । ଏଣୁ ଏହାକୁ ଦୃଷ୍ଟିରେ ରଖୁ ହାତୀପଡା, ସାନପଡା ଏବଂ ବୋର୍ଡପଡାକୁ ମିଶାଇ ଏକ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଦାବି କରିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ପରମାନନ୍ଦ ଭୋଇ, ତୁଲାରାମ ଭୋଇ, ଯଶୋବନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ବୋର୍ଡାପଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି
ଆଜତକ ଓଡ଼ିଶା
0
Post a Comment