ବିଦେଶିମଦ ଯବତ, ୩ଜଣ କୁଚିଆ ବ୍ୟବସାୟୀ ଗିରଫ


ଲକ୍ଷ୍ମୀପୁର : ପୋଲିସ ଗତକାଲି ସଂଧ୍ୟାରେ ବିପୁଳ ପରିମାଣରେ ବିଦେଶି ମଦ ଯବତ କରିବା ସହ ୩ ଜଣ ବିଦେଶି ମଦ କୁଚିଆ ବ୍ୟବସାୟୀ ଙ୍କୁ ଗିରଫ କରିଛି।ପୋଲିସ ର ସୁଚନା ମୁତାବକ ଗିରଫ ହୋଇଥିବା ୩ଜଣ ବ୍ୟବସାୟୀ ଘର ସମ୍ମୁଖରେ ପାନ ଦୋକାନ କରି ଦୋକାନରେ ବିଦେଶି ମଦ ବିକ୍ରୟ କରୁଥିଲେ,ଖବର ପାଇ ଚଢାଉ କରିବା ପରେ ସେମାନଙ୍କ ଠାରୁ ୧୨୮ ବୋତଲ ବିଭିନ୍ନ ପ୍ରକାର ର ଦାମିକିଆ ବିଦେଶି ମଦ ଯବତ କରାଯାଇଛି।ଚଢାଉ ସମୟରେ ଏସଆଇ ସମ୍ବିତ ସ୍ବାଇଁ ଙ୍କ ସହ ଛବିନ୍ଦ୍ର ନାୟକ ଓ ପୋଲିସ ଟିମ ସାମିଲ ହୋଇଥିଲେ।ଏନେଈ ୫୨ (ଏ ) ଓଡିଶା ଏକ୍ସ ସାଇଜ ଏକ୍ଟ ରେ ମାମଲା ରୁଜୁ କରାଯାଇ ଲକ୍ଷ୍ମୀପୁର ଥାନା ରେ ହିଁ ବ୍ୟକ୍ତିଗତ ମୁଚାଲିକା (ଜାମିନ୍ ) ରେ ଛଡାଯାଇଥିବା ଆଇଆଇସି ଗୌରହରି ସାହୁ ପ୍ରକାଶ କରିଛନ୍ତି।ସେହିପରି ୨ ଦିନ ତଳେ ଦୁଇ ଜଣ ବିଦେଶି ମଦ ବ୍ୟବସାୟୀ ଙ୍କ ଠାରୁ ମଧ୍ୟ ଯବତ କରାଯିବା ସହ ଦୁଇଜଣ ଙ୍କୁ ଗିରଫ କରାଯାଇଛି।ସୁଚନା ଥାଉକି ଲକ୍ଷ୍ମୀପୁର ର ବିଦେଶି ମଦ ଦୋକାନ ୩ କିଲୋମିଟର ଦୁର ରେଲୱେ ବସ୍ତି ନିକଟରେ ରହିଥିବା କାରଣରୁ ସେଠାରେ ମଦ ଆଣିବାକୁ ଦୁର ହୋଈଥାଏ,ଯାଫଳରେ କୁଚିଆ ବ୍ୟବସାୟୀ ମାନେ ଲକ୍ଷ୍ମୀପୁର ଟାଉନ ସମେତ ଗଳିକନ୍ଦି ଓ ଦୋକାନ ମାନଙ୍କରେ ଖୁଲମଖୋଲା ମଦ ବିକ୍ରୟ ହେଉଥିବା ଜାଣି ଚଢାଉ କରିଥିବା ପୋଲିସ କହିଛି..

Post a Comment

Previous Post Next Post