ପାଖେଇ ଆସୁଛି ପାର୍ବଣ ଋତୁ, ହାତରୁ ସରି ସରି ଆସୁଛି ସମୟ । ମୂର୍ତ୍ତି ଗଢିଵା ରେ ବ୍ୟସ୍ତ କାରିଗର ଅ ଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ପାଇଁ ପ୍ରସ୍ତୁତି ଜାରି ରହିଛି ।ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ରେ ଶିଳ୍ପୀ ମୃଣ୍ମୟୀ ମୂର୍ତ୍ତି ରୁ ଅବସର ମିଳୁନାହିଁ । ମାଟି, ବାଉଁଶ, ସୁତୁଲି ଓ ରଙ୍ଗ ବ୍ୟବହାର କରି ମୂର୍ତ୍ତି କାରିଗର ଗଡୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ଛୋଟ ରୁ ବଡ଼ ସଜେଇ ହୋଇଛି ଭଳିକି ଭଳି ଆକର୍ଷଣୀୟ ଗଣେଶ ମୂର୍ତ୍ତି । ଦିନରାତି ଏକ କରି ମୂର୍ତ୍ତି ତିଆରି ରେ ଲାଗିଛନ୍ତି କାରିଗର । ସିନାପାଲି ଅଞ୍ଚଳ ରେ ୩ ରୁ ଅଧିକ ମୂର୍ତ୍ତି ପ୍ରସ୍ତୁତି କେନ୍ଦ୍ର ଶିବିର ରେ ପ୍ରସ୍ତୁତ ମୂର୍ତ୍ତି ର ସ୍ୱତନ୍ତ୍ର ଚାହିଦା ରହିଛି । ଏଠାରୁ ପଡୋଶୀ ଗାଁ ଓ ଛତିଶଗଡ କୁ ମୂର୍ତ୍ତି ଯୋଗାଣ ହୋଇଥାଏ । ନିଜ ବୃତ୍ତି କୁ ବଞ୍ଚାଇ ରଖିବା ସହିତ ନିଜ ଭିତରେ ଥିବା କଲାନିପୁଣତାକୁ ରୂପ ଦେବା ରେ ଆତ୍ମସନ୍ତୋଷ ମିଳୁଥିବା କହିଛନ୍ତି ଶିଳ୍ପୀ । ଗଣେଶ ପୂଜା ହେବାର ୨ ମାସ ପୂର୍ଵ ରୁ ହୋଇଥାଏ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା,ଗଣେଶ ଙ୍କ ମୂର୍ତ୍ତି ପାଇଁ ଶିଳ୍ପୀ ମାଟି ଅନୁକୂଳ ସହିତ ଖାଡ଼ମା ପ୍ରସ୍ତୁତ କରିଥାନ୍ତି । ପରେ ନଡ଼ା ବନ୍ଦା ସହିତ ଏକ ମାଟିଆ ଓ ଦୋ ମାଟିଆ ପରେ ଖାଡ଼ି ଓ ରଙ୍ଗ ଦେଇ ମୂର୍ତ୍ତି ପ୍ରସ୍ତୁତ ହୋଇଥା ଏ । ସିନାପାଲି ର ୩, ୪ ଟି ପରିବାର ଏହାକୁ ବୃତ୍ତି ଭାବରେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଥାନ୍ତି । ପାର୍ବଣ ଋତୁ ପରେ ସରସ୍ବତୀ ପୂଜା ପର୍ଯ୍ୟନ୍ତ ଶିଳ୍ପୀ ପରିବାର ଗଣେଶ, ବିଶ୍ଵକର୍ମା, ଲକ୍ଷ୍ମୀ, ସରସ୍ବତୀ ଇତ୍ୟାଦି ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି । ଭକ୍ତ, ଶ୍ରଦ୍ଧାଲୁ ଓ ଦର୍ଶକ ପ୍ରଶଂସା କାରିଗର ଙ୍କୁ ଯୋଗାଇଛି ପ୍ରେରଣା ଶିଳ୍ପୀ ହାତ ର ଯାଦୁଗରି ସ୍ପର୍ଶ ରେ ଜୀବନ୍ତ ହୋଇ ଉଠୁଛି ମୂର୍ତ୍ତି ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ ।
Post a Comment