ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହନୁପାଲି ଗ୍ରାମ ନିକଟରେ ଥିବା ନାଲା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ସୋମବାର ସକାଳ ସମୟରେ ବୋଡେ଼ନ ଥାନା ଗୋଏଲଗୁଡା ଗ୍ରାମର ଗୌର ବରିହା (19),କାର୍ତ୍ତିକ ପଧାନ (35),ଏବଂ ମୃତକ ମଣ୍ଟୁ କମାତି (27) ଏକ ବାଇକ୍ ଯୋଗେ ଗାଁରୁ ହରିଶଙ୍କର ଦର୍ଶନ ଅଭିମୁଖେ ଯାଉଥିଲେ । ଗାଁରୁ ଅଳ୍ପ ଦୂର ଆସି ହନୁପାଲି ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ନାଲା ତଳକୁ ଖସି ଯାଇଥିଲେ। ଫଳରେ ସମସ୍ତେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଜନସାଧାରଣ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତିନି ଜଣଙ୍କୁ ଖପ୍ରାଖୋଲ ସରକାରୀ ଡାକ୍ତରଖାନା ପହଞ୍ଚାଇ ଥିଲେ। ଡାକ୍ତରଖାନାରେ ଡାକ୍ତର ମଣ୍ଟୁ କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତକ ମଣ୍ଟୁର ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଖପ୍ରାଖୋଲ ପୋଲିସ କେଶ ନଂ 198/24,U/S-281/125(a)/125(b)/106(1)ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି ।

Post a Comment