ବିଜୁ ଏକ୍ସପ୍ରେସୱେ ରେ ଚାଲିଛି ଅବାଧ ମଦକାରବାର , ନିଦାବିଷ୍ଣୁ ସାଜିଛି ଅବକାରୀ ବିଭାଗ


ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁରା ପଞ୍ଚାୟତ ନିକଟ ଫୋର୍ ୱେ ଠାରେ ଜନସାଧାରଣଙ୍କ ଓ ଏସ ଏଚ ଜି ମହିଳା ମାନଙ୍କ ଦ୍ବାରା କମାଣ୍ଡର ସହ ୩୬୦୦ ଦେଶୀ ମଦ ପାଉଚ ଜବତ କରିଥିଲେ । ଓ ଏହାର ଉଚିତ ପଦକ୍ଷେପ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଙ୍କ ନିକଟରେ ଦାବି କରିଥିଲେ । ସୂଚନା ନୁସାରେ ଆଜି ସକାଳ ସାଢେ଼ ସାତଟା ସମୟରେ ବିନପୁର ମଦ ଭାଟିରୁ ଏକ କମାଣ୍ଡର ଦ୍ଵାରା ୩୬୦୦ ଦେଶୀ ମଦ ପାଉଚ ଭର୍ତି ହୋଇ ନିକଟସ୍ଥ ଖଇରା ଭାଟି କୁ ଯାଉଥିଲା ଏହି ସମୟରେ ସୁନା ପୂର ପାଖରେ କିଛିଲୋକ ଗାଡ଼ିରେ ମଦ ଯାଉଥିବାର ଦେଖି ଗାଡ଼ିକୁ ଅଟକାଇ ଥିଲେ ଓ SGH ମହିଳା ମାନଙ୍କୁ ଖବର ଦେଇଥିଲେ । କିଛି ମହିଳା ଓ ପୁରୁଷମାନେ ସେଠାରେ ପହଞ୍ଚି ଗାଡ଼ିକୁ ଅଟକାଇ ଥିଲେ ତାକୁ ଛାଡିନଥିଲେ ।କିଛି ସମୟ ପରେ ବୋଡ଼େନ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଉକ୍ତ୍ୟକ୍ତ ଲୋକେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ପାଖରେ ଦାବୀ ରଖିଥିଲେ । ପରେ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ଆଲୋଚନା କରିବା ପରେ ଦେଶୀ ମଦ ପାଉଚ ସହ ଗାଡ଼ିକୁ ବୋଡ଼େନ ଥାନାକୁ ନେଇ ଆଣିଥିଲେ । ବର୍ତ୍ତମାନ ଏହା ଉପରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ ଦୋଷୀ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଦେଖିବାକୁ ବାକି ରହିଲା 

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post