ଜୁନାଗଡ଼ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଖେଳ ପଡ଼ିଆରେ ଡି .ଏଫ୍ .ସି.ଟି କମିଟି ଦ୍ବାରା ଗତ ତା ୧୪/୦୧/୨୦୨୪ ରିଖରେ ୧୬ ଗୋଟି ଦଳକୁ ନେଇ ଏକ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଅମାଠୁଲା ଏବଂ କେନ୍ଦୁପାଟି ଦଳ ଫାଇନାଲ ମ୍ୟାଚରେ ପ୍ରବେଶ କରିଥିଲେ।ଏହି ଫାଇନାଲ ମ୍ୟାଚରେ ଅମାଠୁଲା ଦଳ ଟଚ୍ ଜିତି ପ୍ରଥମ ବ୍ୟାଟିଂ ର ନିଷ୍ପତି ନେଇ ୧୫ ଓଭର୍ ରେ ୫ଗୋଟି ୱିକେଟ ହରାଇ ୧୬୯ ରନ୍ କରିଥିବାବେଳେ କେନ୍ଦୁପାଟି ଦଳକୁ ୧୭୦ ରନ୍ ର ଟାର୍ଗେଟ ଦେଇଥିଲା । କେନ୍ଦୁପାଟି ଦଳ ୧୨ ଓଭର ୩ ବଲ ବିନିମୟରେ ୧୪୨ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ଅଲ୍ ଆଉଟ୍ ହୋଇଥିଲେ । ଉକ୍ତ ମ୍ୟାଚର ମୁଖ୍ୟ ଅତିଥି ଜୁନାଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ମେହେର ସମ୍ମାନିତ ଅତିଥି ସମାଜସେବୀ ଧିମାନ ଯତୀନ୍ଦ୍ର କର ,ଶ୍ରୀଯୁକ୍ତ ଚନ୍ଦ୍ର ହାସ୍ୟ ବିଶ୍ଵାଳ ଜୁନାଗଡ ସାଂସଦ ପ୍ରତିନିଧି,ଶ୍ରୀଯୁକ୍ତ ଟଙ୍କଧର ନାଏଙ୍କ ଜୁନାଗଡ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ ।ଉକ୍ତ ମ୍ୟାଚ୍ ରେ ଭାରତ ଭୁଷଣ ସୁନାନୀଙ୍କୁ ମେନ୍ ଅଫ ଦ ମ୍ୟାଚ୍ ଏବଂ ମେନ୍ ଅଫ ଦି ସିରିଜ୍ ପାଇଥିଲେ । ଉକ୍ତ ମ୍ୟାଚ୍ କୁ ପରିଚାଳନା କରିଥିଲେ ନାନ୍ଦୋଲ୍ ଗ୍ରାମର ବରିଷ୍ଠ ଖେଳାଳି ଶ୍ରୀଯୁକ୍ତ ଦୀପକ ସାହୁ ଏବଂ ବିଶ୍ୱଜିତ୍ କର ,ସ୍କୋର ବୋର୍ଡ ର ଦାୟିତ୍ଵ ରେ ଲକ୍ଷ୍ୟପତି ଶବର ଥିବାବେଳେ , ଖେଳାଳି ଏବଂ ଦର୍ଶକଙ୍କୁ ଉତ୍ସାହିତ କରାଇଥିଲେ ଶ୍ରୀ ଧୀରେନ୍ଦ୍ର ସୁନାନୀ ଏବଂ ଶ୍ରୀଯୁକ୍ତ ନରେଶ କର ।ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ନିଲେଶ କୁମାର ସାହୁ ଏବଂ ବିକାଶ ସାହୁ ।

Post a Comment