ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ ଦିନିକିଆ ସୁବର୍ଣ୍ଣପୁର ଗସ୍ତ


ସୁବର୍ଣ୍ଣପୁର (ଗଣପତିବାଘ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ା ଶ୍ରୀ ତ୍ରିପାଠୀ ଦିନିକିଆ ଗସ୍ତରେ ଆସି ପ୍ରଥମେ ସୋନପୁର ସହରର ହସ୍ତତନ୍ତ ବୁଣାକାରମାନଙ୍କ ସହିତ ଆଲୋଚନା କରିଥିବା ବେଳେ ଡୁଙ୍ଗୁରିପାଲି ବ୍ଲକ ରାମପୁର ବିଜୁ ପଟ୍ଟନାୟକ ଗ୍ରାମୀଣ ବଜାର ବୁଲି ଦେଖିଥିଲେ। ପରେ ପରେ ରାମପୁର 5ଟି ବାଳିକା ହାଇସ୍କୁଲ ପରିଦର୍ଶନ କରିବା ସହ ରାମପୁର ଶ୍ରୀରାମ ମହାବିଦ୍ୟାଳୟ କୁ ଯାଇ ସେଠାରେ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଆଲୋଚନା କରିଥିଲେ ।ପରେ ପରେ ବିନିକା ଆରଏମସି ପରିଦର୍ଶନ କରି ସେଠାକାର ସୁବିଧା , ଅସୁବିଧା ଉପରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସଂଧ୍ୟାରେ ଶ୍ରୀ ତ୍ରିପାଠୀ ସୋନପୁର ସହରରେ ଥିବା ସୁବର୍ଣ୍ଣଶ୍ରୀ ପରିଦର୍ଶନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲସ୍ତରୀୟ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଶ୍ରୀ ତ୍ରିପାଠୀଙ୍କ ସହିତ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣେ ଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାମିଲ ହୋଇଥିଲେ ।

Post a Comment

Previous Post Next Post