ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା " ସାପ୍ତାହିକ ବନ ମହୋତ୍ସବ" ପାଳନ ଉପଲକ୍ଷେ ବୌଦ୍ଧ ପଂଚାୟତ କଲେଜ, ବୌଦ୍ଧ, govt polytechnic, ବୌଦ୍ଧ ଏବଂ govt ITI college, ବୌଦ୍ଧ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି । ଏଥିରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ଜିଲ୍ଲା ମୁଖ୍ୟ ଦଣ୍ଡାଧୀସ ଅଧିକାରୀ ଶ୍ରୀ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟ୍ରର, ଦେୱାନୀ ଅଦାଲତ ଶ୍ରୀମତୀ ସୁଚିତ୍ରା ପରମଗୁରୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ର ସଚିବ ଶ୍ରୀ ଚରଣଜିତ ଓରାମ ଏବଂ ଜିଲ୍ଲା ଉପଖଣ୍ଡିୟ ଦଣ୍ଡାଧୀସ ଅଧିକାରୀ ଶ୍ରୀମତୀ ସୁମିତ୍ରା ସାହୁ ଭାଗ ନେଇଥିଲେ । ଏହା ଛଡା ପ୍ୟାନେଲ ଓକିଲମାନେ, ସ୍ବେଛାସେବୀ ଏବଂ କୋର୍ଟର ଅନ୍ୟାନ୍ୟ କର୍ମଚାରୀଗଣ ଉପସ୍ଥିତ ଥିଲେ ଏବଂ ବୃକ୍ଷରୋପଣ କରିଥିଲେ । ଏହାର ମୁଖ୍ୟ ଉଦେଶ୍ୟ ହେଲା ଲୋକ ମାନଙ୍କୁ ବୃକ୍ଷରୋପଣର ମହତ୍ୱ ବୁଝାଇବା ଏବଂ ସଚେତନ ଆଣିବା ଯେମିତି ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯାଇପାରିବ ଏବଂ ଆମ ପରିବେଶକୁ ସୌନ୍ଦର୍ଯ୍ୟ ଓ ସୁଶୋଭୀତ ରଖାଯାଇପାରିବ ଏବଂ ମୃତ୍ତିକା କ୍ଷୟ ହେବା, ପରିବେଶ ଦୂଷିତ ହେବା, ଅମ୍ଳଜାନ କମିବା, ବର୍ଷା ନ ହେବା, ବିଶ୍ୱର ତାପମାତ୍ରା ବୃଦ୍ଧି ହେବା ଭଳି କ୍ଷୟକ୍ଷତି କୁ ରୋକିବାରେ ଏହା ସାହାଯ୍ୟ କରିବ ।
ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସାପ୍ତାହିକ ବନ ମହୋତ୍ସବ ପାଳିତ
ଆଜତକ ଓଡ଼ିଶା
0
Post a Comment