ମମିତା ନିଖୋଜ ମାମଲାର ଏତଲା ଲେଖିଥିଲେ ନିଜେ ଗୋବିନ୍ଦ ସାହୁ, ତାଙ୍କ ଇସାରାରେ ଏତଲା ରଖି ନଥିଲେ ଥାନା ବାବୁ



କଣ୍ଟାବାଞ୍ଜି , (ଆଜତକ୍ ଓଡ଼ିଶା) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ମମିତା ମେହେର ନିଖୋଜ ମାମଲାର ଏତଲା ନିଜେ ଲେଖିଥିଲେ ଗୋବିନ୍ଦ ସାହୁ । ଏପରିକି ଏତଲା ଲେଖିବା ପାଇଁ, ମମିତାଙ୍କ ପରିବାର କେ. ଗାଁ ଥାନାରେ ପହଞ୍ଚିବ‌ା ଆଗରୁ ସେଠାରେ ଗୋବିନ୍ଦ ପହଞ୍ଚି ଯାଇଥିଲେ । ଆଉ ତାଙ୍କରି ଇସାରାରେ ଥାନା ବାବୁ ଏତଲା ରଖି ନଥିବା ଅଭିଯୋଗ ହୋଇଛି । ବଲାଙ୍ଗୀରର ମାମଲା ହୋଇଥିବାରୁ ତୁରକେଲାରେ ଏତଲା ଦେବାକୁ କୁହାଯିବା ପରେ ମମିତାଙ୍କ ପରିବାର ଲୋକେ ଝିଅ ନିଖୋଜ ନେଇ ସିନ୍ଧକେଲା ଥାନାରେ ଏତଲା ଦେଇଥିଲେ ।

ତେବେ ମମିତାଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ନ୍ୟାୟ ଦାବି କରିଛନ୍ତି ମମିତାଙ୍କ ବାପା । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ସେ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେପଟେ ମମିତାଙ୍କୁ ନ୍ୟାୟ ପାଇଁ ଚାଲିଛି ପ୍ରତିବାଦ। ଓଡ଼ିଶା ଗସ୍ତରେ ୩ ଜଣିଆ କେନ୍ଦ୍ରୀୟ ବିଜେପି ଟିମ୍ ଆସିବାକୁ ଥିବା ବେଳେ ୨୮ରେ ପୁଣି ବଲାଙ୍ଗୀର ଗସ୍ତ କରିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ।

ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ବି ପ୍ରତିବାଦ କରିବ ବିଜେପି । ଅନ୍ୟପକ୍ଷରେ ଯୁବ କଂଗ୍ରେସର ଚେତାବନୀ ଦେଇଛି ଯେ ମନ୍ତ୍ରୀଙ୍କୁ ବହିଷ୍କାର ନକଲେ ୩୦ରେ ନବୀନ ନିବାସ ଘେରାଓ କରାଯିବ।

Post a Comment

Previous Post Next Post