ଜଳେଶ୍ୱର,୧୦/୧୩ (ଜଗନ୍ନାଥ ଗୋଛାୟତ)ଜଳେଶ୍ବର ବ୍ଲକ ଅନ୍ତର୍ଗତ,ସୁଗୋ ପଞ୍ଚାୟତ,ଧାନ ଶିମୁଳିଆ ଗାଁର,ପ୍ରାକ୍ତନ ଶିକ୍ଷକ ମନୋରଞ୍ଜନ ଦାସ (୮୦)ଙ୍କ ପରଲୋକ ହୋଇଯାଇଛି।ସେ ଆଇନଜୀବୀ ସତ୍ୟନାରାୟଣ ଦାସ ଙ୍କ ପିତା ଅଟନ୍ତି।୭୦ ଦଶକରେ,ସୁଗୋ ହାଇସ୍କୁଲ ରୁ ଶିକ୍ଷକତା ଆରମ୍ଭ କରି, ସ୍ୱଦ୍ଧେଶ୍ୱର ହାଇସ୍କୁଲ ଷ୍ଟେସନ ଅମର୍ଦା ରୁ ୨୦୦୬ ରେ ଅବସର ଗ୍ରହଣ କରିଥିଲେ।ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ସେ ଗ୍ରାମର ୩୦ ବର୍ଷ ରୁ ଉର୍ଦ୍ଧ୍ବ ଗାଁ ମୁଖିଆ, ସନ୍ନିକଟ ମଠର ଦାୟିତ୍ଵ, ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ, ଗ୍ରାମ ବିକାଶରେ, ଯାତ୍ରା କଳାକାର, ନିପୁଣ ଭଲିବଲ୍ ଖେଳାଳୀ ଭାବେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ।ପୁରୋହିତ ଅମଳେନ୍ଦୁ ଦିକ୍ଷୀତ, ଗ୍ରାମ୍ୟ ମୁଖ୍ୟ ବୀର କୁମାର ଦେ, ସ୍ବରୂପ ନନ୍ଦୀ, ରବୀନ୍ଦ୍ର ପାତ୍ର, ସାମ୍ୱାଦିକ ଅବନୀ ଚାନ୍ଦ,ସହକର୍ମୀ ତ୍ରିଲୋଚନ ବାରିକ,ଖଗେନ୍ଦ୍ର ନାଥ ପ୍ରମାଣିକ, ବୁଦ୍ଧଦେବ ଦେ, ମନୋରଞ୍ଜନ ଦେ, ନିଳକଣ୍ଠ ଜେନା,ଅତୁଲ ଚନ୍ଦ୍ର ଭୂୟାଁ, ଦୁର୍ଗା ଶଙ୍କର ଗିରି, ରବିନ୍ଦ୍ର ପାତ୍ର, ଗୈାର ଗୋପାଳ ସେନ୍,ପ୍ରମୁଖ ଶେଷ ଦର୍ଶନ କରି ପୁଷ୍ପାଘ୍ୟ ଅର୍ପଣ କରିଥିଲେ ଥ।ସମାଜ କଲ୍ୟାଣ ବିକାଶ ପରିଷଦର ର ସମ୍ପାଦକ ଆଇନଜୀବୀ ରାମଚନ୍ଦ୍ର ଜେନା, ଡଃ ଅଜିତ କୁମାର ମହାନ୍ତି, ରବିନାରାୟଣ ପାତ୍ର ପ୍ରମୁଖ ତାଙ୍କ ବିୟୋଗରେ ଶୋକ ବାର୍ତ୍ତା ପ୍ରେରଣ କରିଛନ୍ତି।ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ବସନ୍ତ ମଞ୍ଚରୀ,ମଝିଆ ପୁଅ ସତ୍ୟ ନାରାୟଣ,ସାନ ପୁଅ ଲକ୍ଷ୍ମୀ ନାରାୟଣ ,ବୋହୂ ପ୍ରମିତା, ସଞ୍ଜୁ ରାଣୀ,ମାନସୀ, ଜ୍ୱାଇଁ,ନାତୀ ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ। ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଗ୍ରାମ୍ୟ ଶ୍ମଶାନରେ ଜ୍ୟୋଷ୍ଠ ପୁତ୍ର ରବିନାରାୟଣ ଦାସ ମୁଖାଗ୍ନୀ ଦେଇଥିଲେ।

Post a Comment