ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳରେ ବାର୍ଷିକ କ୍ରୀଡା ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି


ଜଳେଶ୍ୱର ୧୦/୧୨ (ଜଗନ୍ନାଥ ଗୋଛାୟତ) ମଙ୍ଗଳବାର ସକାଳ ୯ ଘଟିକାରେ ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି।ଖୁଲଡା ପଞ୍ଚାୟତର ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଯୁକ୍ତ ଜ୍ୟୋତିର୍ମୟ ଆଚାର୍ଯ୍ୟ ଉଦଘାଟନ କରିଥିଲେ।ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅନୀଲ କୁମାର ମହାନ୍ତି ପ୍ରଭୃତି ବକ୍ତବ୍ୟରେ କହିଥିଲେ ଖେଳ ଜୀବନର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ଖେଳ ଶୃଙ୍ଖଳା ଓ ଭାତୃତ୍ବ ର ମାଧ୍ୟମ ବୋଲି ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଖେଳ ପାଇଁ ଶୃଙ୍ଖଳାର ଶପଥ ପାଠ କରିଥିଲେ। ମୁଖ୍ୟ ଅତିଥି ତଥା ଉଦଘାଟକ ମସାଲରେ ଅଗ୍ନି ସଂଯୋଗ କରି ପିଲାମାନେ ମସାଲ,ଡ୍ରମ ବଜାଇ ବାର୍ଷିକ କ୍ରୀଡା ଉତ୍ସବର ବେନର ସହ ୧୦୦ ଉର୍ଦ୍ଧ୍ବ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଗ୍ରାମ ପରିକ୍ରମା ପରେ ପଡିଆକୁ ଫେରିଆସି ଖେଳ ଆରମ୍ଭ କରିଥିଲେ।୧୦୦ ମିଟର ଦୌଡ଼,ସ୍ଲୋ ସାଇକେଲ ରେସ, ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସହକାରୀ ଶିକ୍ଷକ ଅଞ୍ଜନ କୁମାର ପ୍ରଧାନ,ସଂଜୟ କୁମାର ପାକଳ, ଗଣିତ ଶିକ୍ଷକ ରାଜେଶ ଦାସ, ଶିକ୍ଷୟିତ୍ରୀ ଆର ମୋଲିନା,ମୌସୁମୀ ଗୁପ୍ତା , ସୁଜିତ ସିଟ୍, ସଞ୍ଜିବ ଗିରି, କମଳାକାନ୍ତ ସାମଲ, ପୂର୍ଣ୍ଣଚନ୍ଦ୍ର ଗିରି,ପଭୃତି ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା କରିଥିଲେ ଶେଷରେ ଶିକ୍ଷକ ସଞ୍ଜୟ କୁମାର ପାକଳ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post