ପୂର୍ବତନ ୱାଡ଼ ସଭ୍ୟ ଯୋଗେନ୍ଦ୍ର ନାଗଙ୍କ ଆକସ୍ମିକ ପରଲୋକ


ସିନ୍ଧେକେଲା,୧୨/୯ (ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଗୌଡ଼ ପଡ଼ାରେ ବାସ କରୁଥିବା ପୂର୍ବତନ ୱାଡ଼ ସଭ୍ୟ ଯୋଗେନ୍ଦ୍ର ନାଗ(ମୂଷାଖଉ) ଙ୍କ ଗତକାଲି ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ପରଲୋକ ଘଟିଛି । ସେ ବୁଧବାର ରାତ୍ରି ୯ ଟା ପର୍ୟ୍ଯନ୍ତ ପୁରାପୁରି ଭାବରେ ଠିକ ଥିଲେ ଏପରିକି ନିକଟରେ ହେଉଥିବା ଗଣେଶ ପୂଜା ଠାରେ ୮ ଟା ପର୍ଯ୍ୟନ୍ତ ତାଶ ଖେଳରେ ଯୋଗ ଦେଇଥିଲେ । ଆଗରୁ ମଧ୍ୟ ତାଙ୍କୁ କୌଣସି ପ୍ରକାର ରୋଗ ନଥିଲା କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଗଲା ସେଠାରେ ଡାକ୍ତର ଭବାନୀପାଟଣା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା । ସେଠାରୁ ଆଜି ଗୁରୁବାର ସକାଳେ ସିନ୍ଧେକେଲା ତାଙ୍କ ବାସ ଭବନ କୁ ଅଣାଗଲା ପରେ ଗାଁ ଶ୍ମଶାନ ଘାଟରେ ଶେଷକୃତ୍ୟ କରାଗଲା । ମୃତ୍ୟୁଶଯ୍ୟା ନିକଟରେ ମାଁ ସମେତ ବାପା ଚକ୍ର ନାଗ ଓ ଭଉଣୀ ପୁଷ୍ପା ନାଗ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ଶ୍ରୀ ନାଗଙ୍କ ବିୟୋଗରେ ସରପଞ୍ଚ ନରେଶ ଅଗ୍ରୱାଲ , ପୂର୍ବତନ ସରପଞ୍ଚ ରାଜା ଥନାପତି , ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ବିଜେଡି ଯୁବନେତା ଡିସ୍କୋ ଜୈନ , ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ଶୋକବ୍ୟକ୍ତ କରିଥିଲେ ।

Post a Comment

Previous Post Next Post