ପ୍ରଶାସନ ର ସମୟୋଚିତ ପଦକ୍ଷେପ ଯୋଗୁଁ ଅସହାୟ ବାଳକର ସ୍ବପ୍ନ ସାକାର ହେଲା


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥା ର ଅନ୍ତ ଘଟାଇବା ପ୍ରୟାସରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗତକାଲି ଲିଟିସର୍ଗି ଗ୍ରାମ ପଞ୍ଚାୟତରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ସେଠାକାର ପୁରୁଷ ଓ ମହିଳା ଶ୍ରମିକ ମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରିଥିଲେ । ଏଠାରେ ସୂର୍ଯ୍ୟ ପ୍ରକାଶ ହଂସ ନାମକ ଏକ ପିତୃହୀନ ଏବଂ ମା ପରିତ୍ୟାଗ କରିଦେଇଥିବା ଅସହାୟ ବାଳକ କୁ ନେଇ ସହାୟତା ପାଇଁ ତାର ଅଜା ଜିଲ୍ଲାପାଳ ଙ୍କୁ ଗୁହାରି କରିଥିଲେ । ପିଲାଟି ପାଠ ପଢି ଜୀବନରେ ଉନ୍ନତି କରିବା ପାଇଁ ସ୍ୱପ୍ନ ଦେଖୁଥିଲା । ପରିସ୍ଥିତି ର ଗମ୍ଭୀରତା କୁ ଉପଲବ୍ଧି କରି ଜିଲ୍ଲାପାଳ ଏହାକୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଡିସିପିଓ ଆନ୍ତର୍ଯ୍ୟାମୀ ବଳିୟାରସିଂ ଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ବାଳକକୁ ରାଜ ଖରିଆର ଗଡରାମୁଣ୍ଡା ସ୍ଥିତ ନବପ୍ରଭାତ ଶିଶୁ ଯତ୍ନ କେନ୍ଦ୍ରରେ ଦ୍ଵିତୀୟ ଶ୍ରେଣୀରେ ନାମ ଲେଖିବା ପାଇଁ ବନ୍ଦୋବସ୍ତ କରାଗଲା । ଏହାର ସମସ୍ତ ଖର୍ଚ୍ଚ ଜିଲ୍ଳା ପ୍ରଶାସନ ବହନ କରିବ । ଜିଲ୍ଲାପାଳ ଙ୍କ ଏହି ସମୟୋଚିତ ତ୍ୱରିତ ପଦକ୍ଷେପ ଯୋଗୁଁ ଗୋଟିଏ ଅସହାୟ ପିଲାର ଭବିଷ୍ୟତ ସୁରକ୍ଷିତ ହୋଇଯାଇଥିବାରୁ ଉପସ୍ଥିତ ଜନତା ଏହି ମହତ୍ କାର୍ଯ୍ୟକୁ ସ୍ୱାଗତ କରିଥିଲେ ।

Post a Comment

Previous Post Next Post