ଅସ୍ତରଙ୍ଗ ୧୨/୯ (ଅଲେଖ ବିଶ୍ଵାଳ) ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ହେବାକୁ ଥିବା ପ୍ରସ୍ତାବିତ ବନ୍ଦରକୁ ନେଇ ଆଜି ଜନଶୁଣାଣୀ ହେବା ପୂର୍ବରୁ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ପ୍ରଶାସନର ମୁଣ୍ଡବିନ୍ଧା କରିଛି। କିଛି ଦିନ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଭିଟାମାଟି ସୁରକ୍ଷା ମଞ୍ଚ ବନ୍ଦର ବିରୋଧୀ ଆନ୍ଦୋଳନ । ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୮ ମସିହାରେ ଅସ୍ତରଙ୍ଗରେ ବନ୍ଦର ପ୍ରତିଷ୍ଠା ପାଇଁ ହାଇଦ୍ରାବାଦର ନବଜୁବ୍ ଇଂଜିନିୟରି ସହିତ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା। ଜମି ଜମା ସମସ୍ୟା ଓ ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା କରିଥିଲା ବନ୍ଦର ବିରୋଧୀ ମଞ୍ଚ , ଯାହା ବନ୍ଦର ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ଏବେ ନୂତନ ସରକାର ଆସିବା ପରେ ତତ୍ପରତା ଦେଖାଇଛି ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଭାଗ। ଆଜି ହେବାକୁ ଥିବା ରାଜ୍ୟ ପ୍ରଦୂଷଣ ବୋର୍ଡ, ଜଙ୍ଗଲ ବିଭାଗ, ଜଳବାୟୁ ପରିବର୍ତନ ବିଭାଗଙ୍କ ମିଳିତ ଜନଶୁଣାଣିକୁ ବିରୋଧ କରି ସେହି ଦିନ ଅଭିନବ ଉପାୟରେ ପୀର ଜାହାନିଆଁ ଠାରେ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ସମସ୍ତ ପଦାଧିକାରୀଙ୍କ ଆସନ ଥାଇ ଏକ ଜନ ଶୁଣାଣି ହେବ ବୋଲି ନିଷ୍ପତି ନିଆଯାଇଥିଲା ଓ ଏ ସମ୍ପର୍କରେ ଉଚ୍ଚ ନ୍ୟାୟାଳୟରେ ବିରୋଧୀ ଭିଟାମାଟି ସୁରକ୍ଷା ମଞ୍ଚ ଏକ ଆବେଦନ ହୋଇଥିଲା । ଏହି ଆବେଦନକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରି " ଜମି ଯିବ ଯାହାର କଥା ଶୁଣ ତାହାର " ବୋଲି ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଏବଂ ନିର୍ଦେଶରେ ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କ ପାଖରେ ପହଂଚି ସେମାନଙ୍କୁ ଅବଗତି ହେବା ନିହାତି ଜରୁରୀ ବୋଲି କହିଛନ୍ତି । ବିରୋଧିଙ୍କ କହିବା କଥା ଆମର କ୍ଷତି ହେବ , ଘର , ଜମି ଯିବ ଆମେ ବିସ୍ଥାପିତ ହେବୁ ଅସ୍ତରଙ୍ଗରେ କଣ ପାଇଁ ହେବ। ଯାହା ବିସ୍ଥାପିତ ହେଉଥିବା ଗ୍ରାମମାନଙ୍କ ଠାରୁ ୯ ରୁ ୧୨କିମି ହେବ ଜନଶୁଣାଣୀ ହେବ । ଆମେ ସମୂହ ବିରୋଧ କରିବାକୁ କହିଛନ୍ତି କମିଟିର ଆବାହକ ଶୋଭାକର ବେହେରା। ସୂଚନା ଥାଉ କି ପ୍ରଥମେ ଥିବା ବନ୍ଦରର ବ୍ୟୟ ଅଟକଳ ୬ ହଜାର କୋଟିରୁ ବଢ଼ି ବର୍ତମାନ ୧୭ ହଜାର କୋଟିରୁ ଉର୍ଦ୍ଧ ଟଙ୍କାରେ ପହଂଚିଥିବା ବନ୍ଦର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Post a Comment