ନୂଆପଡ଼ା ଜିଲ୍ଲା କୋମନା ଥାନା କୋନାବିରା ପଞ୍ଚାୟତ ପାଣ୍ଡେଲବାହାଲି ଗାଁରେ ପରକୀୟା ପ୍ରୀତିରୁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଉକ୍ତ ଗାଁର ଈଶ୍ୱର ନାଏକ। ହତ୍ୟାକାରୀଙ୍କୁ ଗିରଫ ଦାବିରେ ବୁଧବାର ସନ୍ଧ୍ୟାରେ ମୃତକଙ୍କ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ଏକ ହତ୍ୟା ମାମଲା ରୁଜୁକରି ଘଟଣା ର ତଦନ୍ତ ଆରମ୍ଭ କରିଛି।ଗତ ୨୫ ତାରିଖ ରେ ପାଣ୍ଡେଲ ବାହାଳି ଗାଁ ର ଈଶ୍ୱର ନାଏକଙ୍କୁ ପରକୀୟା ପ୍ରୀତି ପାଇଁ ୪-୫ଜଣ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋମନା ସିଏଚସିରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପରେ ଖଡ଼ିଆଳ ମିଶନ ହସ୍ପିଟାଲ ଓ ନୂଆପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଈଶ୍ୱରଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ମଙ୍ଗ ବିଳମ୍ବିତ ରାତିରେ ଈଶ୍ୱରଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଈଶ୍ୱରଙ୍କ ଚିକିତ୍ସାରେ ବ୍ୟସ୍ତ ଥିବାରୁ ଥାନାରେ ଲିଖିତ ଅଭିଯୋଗ କରି ନ ଥିଲେ। ମୃତକଙ୍କ ସ୍ତ୍ରୀ କଲ୍ୟାଣୀ ନାଏକ ସ୍ବାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅପରାହ୍ନରେ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଓ ଗାଁ ଲୋକେ ବିଲେନଯୋର ଛକରେ ଏନଏଚ୍-୩୫୩କୁ ମୃତଦେହ ରଖି ଅବରୋଧ କରିଥିଲେ। ଈଶ୍ୱରଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ଖବରପାଇ ନୂଆପଡ଼ା ଏସ୍ଡିପିଓ ଆଦିତ୍ୟ ସେନ୍, କୋମନା ତହସିଲଦାର ମନୋରଞ୍ଜନ କେର୍କେଟା ଓ ବିଡିଓ ହିତାଂଶୁ ଶେଖର ସାମଲ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ କୋମନା ବ୍ଳକ ପ୍ରଶାସନ ତରଫରୁ ୨୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ଓହରିଥିଲେ। ରାସ୍ତାରୋକ୍ ଯୋଗୁ ଉଭୟ ପାର୍ଶ୍ବରେ ଶତାଧୁକ ଯାନବାହନ ଅଟକି ରହିଥିଲା।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment