ଓଡିଶା ବିୟୁଟିସିୟାନ ୱେଲଫେୟାର ଏସୋସିଏସନ ପକ୍ଷରୁ ମହିଳାଙ୍କୁ ପ୍ରଶିକ୍ଷଣ


ଜଳେଶ୍ୱର, ୧୩ ।୦୯ (ଜଗନ୍ନାଥ ଗୋଛାୟତ): ଓଡିଶା ବିୟୁଟିସିୟାନ ୱେଲଫେୟାର ଏସୋସିଏସନର ବାଲେଶ୍ୱର ଶାଖା ପକ୍ଷରୁ ଏକ ନିଶୁଳ୍କ ପ୍ରଶିକ୍ଷଣ ଶିବିର ଜଳେଶ୍ୱର ଦେବୀକନ୍ୟା ବିୟୁଟି ପାର୍ଲର ଓ ଷ୍ଟୁଡିଓ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳର ରୋଜଗାରହୀନ ମହିଳା ଓ ଯୁବତୀ ମାନଙ୍କୁ ସ୍ୱରୋଜଗାରକ୍ଷମ ଓ ସକ୍ଷମ କରିବା ସହିତ ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ ବୋଲି ଏସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ବାହାର ରାଜ୍ୟର ବଡ ବଡ ସହର ମାନଙ୍କରୁ ମହିଳାମାନେ ଆସି ଆମ ଅଂଚଳରେ ବିୟୁଟି ପାର୍ଲର ଖୋଲି ରୋଜଗାରକ୍ଷମ ହେଉଥିବା ବେଳେ ଆମ ଅଂଚଳର ବେକାର ଥିବା ମହିଳା ଓ ଯୁବତୀମାନେ ପ୍ରଶିକ୍ଷିତ ହୋଇ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ତା ପାଇଁ ଓଡିଶାର ଏହି ଏସୋସିଏସନ କାର୍ଯ୍ୟ କରୁଛି ବୋଲି ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଶାଖାର ସଭାନେତ୍ରୀ ନିବେଦିତା ପ୍ରଧାନ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏସୋସିଏସନର ସଂପାଦିକା ରୂପାଲୀ ସିହ୍ନା, ଯୁଗ୍ମ ସଂପାଦିକା ଦିପ୍ତୀ ସିଟ୍, ତଥା ମାଧୁରୀ ଚୈାଧୁରୀ, ମିଲଖନ ଭୋଇ, ମିନତୀ ମହାନ୍ତି ପ୍ରମୁଖ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ବୁଝାଇବା ସହିତ ଉସôାହିତ କରିଥିଲେ । ସୁଦୂର ରାୟଗଡାରୁ ଟ୍ରେନର କୈାଶିକ ଠାକୁର ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜ ଜିଲ୍ଲାରୁ ୬୦ରୁ ଉର୍ଦ୍ଧ ମହିଳା ଓ ଯୁବତୀ ଯୋଗ ଦେଇଥିଲେ । ଏହି ଏସୋସିଏସନ ହେବା ଦ୍ୱାରା ପାର୍ଲରମାନଙ୍କୁ ବିଭିନ୍ନ ଫେସିଆଲ କସ୍ମେଟିକ୍ ଜିନିଷ ଗୁଡିକ କମ୍ପାନୀ ମାନଙ୍କ ଠାରୁ ରିହାତୀ ମୂଲ୍ୟରେ ସିଧାସଳଖ ଭାବେ ସୁବିଧାରେ ମିଳିପାରୁଛି ବୋଲି ଏସୋସିଏସନ ପକ୍ଷରୁ କୁହାଯାଇଛି । ଯାହାଦ୍ୱାରା ପାର୍ଲର ମାନେ ଅଧିକ ଖର୍ଚ୍ଚରୁ ବର୍ତୀ ପାରୁଛନ୍ତି । ଏହିପରି ଶିବିର ଦ୍ୱାରା ବହୁ ଯୁବତୀ ଓ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ପରବର୍ତୀ ଶିବିର ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

Post a Comment

Previous Post Next Post