ବାଲିଆପାଳ ୧୩/୯ ( ପ୍ରଭାକର ମଲ୍ଲିକ ) : ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ , ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ ହସ୍ପିଟାଲ ଯୋଜନା(୫ଟି ) ରେ ସାମିଲ କରିବା ,ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆନୁଷଙ୍ଗିକ ଉପକରଣ ଯୋଗାଇଣ ଓ ମହା ପ୍ରୟାଣ ଯୋଜନାରେ ସାମିଲ କରାଯାଇ ନିଶୁଳ୍କ ଶବ ପରିବହନ ଯାନ ଉପଲବ୍ଧ କରାଇବା ଆଦି ଦାବି ନେଇ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ୨୨ତାରିଖରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଆମରଣ ଅନଶନ କରିବ ବୋଲି ବୁଧବାର ପ୍ରେସ କୁ ଜଣାଇଛନ୍ତି।ଶାନ୍ତିପୂର୍ଣ୍ଣ ଏହି ଗଣ ଆନ୍ଦୋଳନ ରେ ସାଧାରଣ ଲୋକ, ବୁଦ୍ଧିଜୀବୀ, ଯୁବ ଛାତ୍ର ,ରାଜନୈତିକ ଲୋକ ସାମିଲ ହେବା କୁ ମଞ୍ଚ ମଧ୍ୟ ନିବେଦନ କରିଛ।ମଞ୍ଚର ଆବାହକ ସତ୍ୟକାମ ମହାନ୍ତି ଓ ତାଙ୍କ ସହଯୋଗୀ ମାନେ ଏହି ଅନଶନରେ ଅଂଶ ଗ୍ରହଣ କରିବେ।ସୂଚନାଯୋଗ୍ୟ ,ଏହି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ବାଲିଆପାଳ ବ୍ଳକ ସମେତ ପଡୋଶୀ ଭୋଗରାଇ ,ଜଳେଶ୍ୱର ,ବସ୍ତା ପଶ୍ଚିମ ବଙ୍ଗଳା ର ଲୋକ ନିର୍ଭର କରନ୍ତି।ସ୍ଵାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ ଓ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଲୋକେ ହଇ ରାଣ ହରକତ ହେଉ ଛନ୍ତି , ଗରିବ ମଧ୍ୟ ବିତ୍ତ ଲୋକ ଅଧିକ ଖର୍ଚ୍ଚ କରି ବାଲେଶ୍ୱର ଓ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉ ଛନ୍ତି । ମଞ୍ଚ ତହସିଲଦାର ,ବିଡ଼ିଓ ,ଥାନାଧିକାରୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଧ୍ୟ ଜଣାଇଛନ୍ତି।
ଚାରି ଦଫା ଦାବି ପୂରଣ ପାଇଁ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚର ୨୨ରୁ ଆମରଣ ଅନଶନ
ଆଜତକ ଓଡ଼ିଶା
0
Post a Comment