ବିଦ୍ୟୁତ ଆଘାତରେ ନା ବାଳକ ମୃତ୍ୟୁ


ଭୋଗରାଇ ୧୩/୯ (ଚିନ୍ମୟ କୁମାର ଦାସ) ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ସେହି ଗ୍ରାମରେ ଆଜି(ବୁଧବାର) ଏକ ଅଭାବନୀୟ ଘଟଣା ଘଟି ଯାଇଛି। କୁଶୁଡ଼ା ଗ୍ରାମ ର ଅଞ୍ଜନ ସାମଲ ଙ୍କ ପୁତ୍ର ଶୁଭମ ସାମଲ ବୟଷ(୧୧) ଆଜି ଅପରାହ୍ନ ସମୟରେ ନିଜ ଘର ସମ୍ମୁଖର ଥିବା ବାଡ଼ିରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂପର୍ଶ ରେ ଆସି ଚେତାଶୂନ୍ୟ ହୋଇ ଥିଲେ। ଶୁଭମ ଙ୍କୁ ପରିବାର ଲୋକ ସଙ୍ଗେ ସଙ୍ଗେ କମର୍ଦ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ।ମାତ୍ର ଡାକ୍ତର ଶୁଭମ ଙ୍କୁ ମୃତ ଘୋଷଣା କରିଥିଲେ, ଶୁଭମ ଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

Previous Post Next Post