ଯୋର ଧରିଲା ପ୍ରାଥମିକ ଶିକ୍ଷକଙ୍କ ଆନେ୍ଦାଳନ : ବ୍ଳକର ବହୁ ବିଦ୍ୟାଳୟରେ ଝୁଲିଲା ତାଲା


ଜଳେଶ୍ୱର ୧୩/୯ (ଜଗନ୍ନାଥ ଗୋଛାୟତ): ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଫେଡେରେସନ ଆହ୍ୱାନରେ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ୩ଦଫା ଦାବିରେ କାର୍ଯ୍ୟବନ୍ଦ ଆନେ୍ଦାଳନ ୩ୟ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଶିକ୍ଷକ/ଶିକ୍ଷିକାମାନେ ରାଜ୍ୟର ସମସ୍ତ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ ଜାରି ରଖିଥିବା ବେଳେ ବହୁ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଏପରିକି କେତେକ ବିଦ୍ୟାଳୟରେ ଜଣେ କିମ୍ବା ଦୁଇଜଣ ଶିକ୍ଷକ ଉପସ୍ଥିତ ଥିଲାବେଳେ ଶ୍ରେଣୀକାର୍ଯ୍ୟ ଚାଲୁନଥିବାରୁ ପିଲାମାନେ ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କୁ ମୂଳ ଚାକିରୀରେ ଗଣନା କରିବା, ଜୁନିୟର ଶିକ୍ଷକ, କଳା ଶିକ୍ଷକ ଓ କ୍ରିଡା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଦେବା, ସମସ୍ତ ବର୍ଗ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦାରମା ଦେବା ଦାବିରେ ଆଜି ଜଳେଶ୍ୱର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ କଂଗ୍ରେସ ନେତା ସୁଦର୍ଶନ ଦାସ, ବିଜେପିର ଫାଲଗୁନୀ ପାଣିଗ୍ରାହୀ, ସିଦ୍ଧାର୍ଥ ଶଂକର ପାଳ, ସଂଗ୍ରାମ ପରିଡା ପ୍ରମୁଖ ଉପସ୍ଥିତ ହୋଇ ସରକାରଙ୍କ ଏପରି ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । ଆଜିର ଏହି ଧାରଣାରେ ଫେଡେରେସନ୍ର ବ୍ଳକ ସଭାପତି ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଶହ ଶହ ଶିକ୍ଷକ/ଶିକ୍ଷିକାମାନେ ଧାରଣାରେ ବସି ବିଭିନ୍ନ ନାରାବାଜି ଦେଇଥିଲେ ।

Post a Comment

Previous Post Next Post